ଖୋବା
ଖୋବା
ବାପା କହୁଥିଲେ ବାବୁନା ଯାଆନି ,
ଡାଲି ଆଳୁ ଖାଇଦେବା ।
ବୋଉ କହୁଥିଲା ଧନରେ ରହିଯା ,
ବାଡିରୁ ଶାଗ ଟିକେ ତୋଳିଦେବା ।
ହେଲେ ମୁଁ ଅମାନିଆ ବାହାରିପଡିଲି ,
କିଣିବାକୁ ସବୁ ତଟକା ପରିବା ।
ତାପରେ ମାମୁଁତ ବାହାରେ ଅନେଇ ବସିଥିଲା ,
ଏମିତିକା ଦେଲା ଖୋବା ।
କାଲିଠାରୁ ଆଉ ମୁଁ ଖଟରୁ ଉଠୁନି ,
ବଦଳି ଯାଇଛି ମୋ ପିଠି ଆଉ ମୁହଁର ଶୋଭା ।।
