ମାତୃ ଦିବସେ ମାଆ
ମାତୃ ଦିବସେ ମାଆ
ଆଜି ସକାଳୁ ଭାବୁଛି ,
ମୁଁ କାଳେ କରିଛି ଏତେ ବଡ଼ ପାପ !
ମାତୃ ଦିବସରେ ଷ୍ଟାଟସ୍ ଦେଇନି ,
ବୋଉ କାଳେ ଦେବ ମତେ ଅଭିଶାପ !
ହେଲେ ମୋ ବୋଉ ପାଖରେ ,
ନାହିଁ ଏ ସ୍ମାଆର୍ଟ ଫୋଓନ !
ସେ ତ ସେଯୁଗର ଲୋକ ,
ତାର ଫରକ୍ ପଡେନି ଏ ଦିବସ କଉନ୍ !
ତାପାଇଁ ତ ବଡ଼ ତାପୁଅର ଖୁସି ,
ଆଉ ଏ ଦିବସେ ଅଛି କି ତା ଧ୍ୟାନ୍ !
ଯଦି ଏ ଦିବସେ ସତରେ କିଛି ଥାଆନ୍ତା ,
ଏ ବୃଦ୍ଧାଶ୍ରମ ସବୁ କୁଆଡେ ଯାଆନ୍ତା !
ଏତେ ସଙ୍ଗଠନ କାଇଁ ହୁଅନ୍ତା ,
ମାଆ ଅନାଦର ହୋଇ ରାସ୍ତା କୁ ଯାଆନ୍ତା !!
