STORYMIRROR

Puspanjali Panda

Classics

4  

Puspanjali Panda

Classics

ସମୁଦ୍ର ଖାଉଛି

ସମୁଦ୍ର ଖାଉଛି

1 min
23.5K

ଢେଉ ସବୁ ମୁଣ୍ଡ ପିଟୁଥିଲେ

କଥାହେଉଥିଲେ

ମୋସହ ଆଉ ମୁଁ ତାଙ୍କ ସହ ।

ଫେରିବନି ଆଉ ସମୟ ସତ,

ହେଲେ ଏ ସମୟ ଚାଲିଯାଆନ୍ତା କି!

ଅବକ୍ଷୟରୁ ତ୍ରାହି ମିଳନ୍ତା କି!

ଦେଖିଛି ,ସମୁଦ୍ର କେତେ କୂଳ ଖାଇ ଖାଇ ଚାଲିଛି।

କେତେ ଖାଇଲାଣି,

ମାଟି,ଗୋଡି,ଇଟା,ବାଲି

ଜିଓ ସିନ୍ଥେଟିକ୍ କାନ୍ଥନ।

କେତେ ପେଣ୍ଠବାସୀ ଙ୍କ ସପନ ।

ଛୋଟିଆ ବେଳାଭୂମୀ ଟେ,

କେହିକେବେ ସୁଖର ସମୟ ବାଣ୍ଟେନି ତା ସହ।

କହୁଥିଲା ଦୁଃଖ ରେ

କଣ ବା ଉତ୍ତର!

ଚୁପ୍ ରହିଲି।

ସମୁଦ୍ର ଢେଉ ଗାଁ ଭିତରକୁ ଫେରୁଛି।

ଅପେକ୍ଷା ରେ ସଭିଏଁ।

ପୁଣି କେତେ ସମୁଦ୍ର ଖାଉଛି ଦେଖି ଯିବାକୁ 

ମୁଁ ସମୟ ବାହାର କରୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics