ଶରୀର ଶିରିମନ୍ଦିର
ଶରୀର ଶିରିମନ୍ଦିର
ଶରୀର ଶିରିମନ୍ଦିର
ବିବେକ ମୋ ନିଳଚକ୍ର
ବିଶ୍ବାସ ବାଇଶି ପାହାଚ ତାର
ଦୁ୍ଃଖ ଦୟାଣାର ମାଳ
ଅଭାବ ଅବଢା ଥାଳ
ନୈରାଶ୍ୟ ନିର୍ମାଲ୍ୟ ପୁଡିଆ ମୋର॥୧॥
ସମୟ ଶରଧା ବାଲି
ଶ୍ବାସ ନନ୍ଦିଘୋଷ ବୋଲି
ଜନ୍ମରୁ ଜୁଇ ରଥ ଆତଯାତ
ନ' ଦିନ ଘୋଷ ଯାତରା
ନବଧା ଭକତି ପରା
ଆତ୍ମା ବାମନେ ହୁଅ ସମର୍ପିତ ॥୨॥
କାମନା କରି ବିଲୟ
ଭ୍ରୁଲତା ବୈକୁଣ୍ଠେ ଲୟ
ନାସିକ ଅଗ୍ରେ ରଖି ଏକ ଚିତ୍ତ
ବାଜିବ ଜ୍ଞାନ ବଂଇଶୀ
ଅଜ୍ଞାନ ତିମିର ନାଶି
ଜନ୍ମ ମରଣୁ ହୋଇବୁ ମୁକତ ॥୩॥