STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଅନନ୍ତ ଆକାଶ

ଅନନ୍ତ ଆକାଶ

1 min
139

ଅନନ୍ତ ଆକାଶେ ମୁଁ ମୁକ୍ତ ବିହଙ୍ଗ ଟିଏ ହେବି,

ଏ ଡାଳରୁ ସେ ଡାଳ କୁ ନୀତି ଘୁରି ବୁଲୁ ଥିବି।


ଅନନ୍ତ ଆକାଶେ ସବୁ ସୁଖ ମିଳେ,

ସୁରୁଜଙ୍କ ର କୋଟି ରଶ୍ମି କୁ ଅନୁଭବ କରେ।


ଜହ୍ନ ରାତିର ଶୀତଳତା ମୋତେ ଭଲ ଲାଗୁଛି,

ଅସଂଖ୍ୟ ବାରି ଧାରା ରେ ଭିଜି ମୁଁ ଯାଉଛି।


କଳା ମେଘ ମୋ ମନେ ଆନନ୍ଦ ଭରୁଛି,

ବୃକ୍ଷର ନିଡ ରେ ମୁ ସୁଖକୁ ପାଉଛି।


ଲୋଡ଼ା ନାହିଁ ମୋର ପଞ୍ଜୁରୀ ଚାହେଁ ନାହଁ ମୁ ବନ୍ଧନ,

ଲୋଡ଼ା ଟିକେ ସ୍ନେହ ପ୍ରେମ ଚାହୁଁଛି ହେବାକୁ ସ୍ୱାଧୀନ।


ଅନନ୍ତ ଆକାଶରେ ଡେଣା ମେଲି ବୁଲୁଥିବି,

ମୁକ୍ତ ପଥର ମୁ ବିହଙ୍ଗ ହୋଇ ରହି ଥିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics