STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ବିଚ୍ଛେଦ

ବିଚ୍ଛେଦ

1 min
131

ଗାନ୍ଧୀଙ୍କ ବିଚ୍ଛେଦ ପରେ 

ମାଙ୍କଡ଼ ତିନିଟା ଅନ୍ତର୍ଦାହ ଭିତରେ 

କିଏ ଆଉ ମାନୁଛି କି ନାହିଁ 

ଖରାପ କଥା ଦେଖିବାନି, ଶୁଣିବାନି କହିବାନି 

ଅନ୍ତର୍ମନ ସ୍ୱରେ, ଦେଖିଯାଅ ଆସି ବପୁ ଥରେ 

ନୀରବି ଯାଇଛି ତୁମ ଘଡି ତୁମ ବିଛେଦରେ 

ସମୟନିବର୍ତ୍ତୀ ହେବା ଉଚିତ ବେଭାରେ 

ଆନ୍ତରିକତା ଅଛି କି ନା କାରେ? ଦେଖିଯାଅ ଥରେ 

ଚଷମାର ଧୂଳି ଆସ୍ତରଣ ପୋଛି ମ୍ୟୁଜିଅମରେ 

କିଏ ସେ ଅନ୍ତଦୃଷ୍ଟି ମାପିଛି କି ପାରେ? 

ପଥ ଓ ପାଥେୟ ବଁକୁଲି ବାଡ଼ି ଆଜି ବିଚ୍ଛେଦ ଭିତରେ 

ହିଂସା ପାଇଁ ବ୍ୟବହୃତ ହୁଏ ବଂଶଧରେ 

ତ ଫେରିଆସି ଦେଖିଯାଅ ନା ବପୁ ଥରେ 

ସେ ଚରଖା ସାବରମତୀରେ 

ଅଚଳ ଆକୁଳ ବିକଳେ 

ଦେଖିଶୁଣି ହୁଏ ଖାଲି ଡହଳ ବିକଳେ 

କହୁଛି ଫେରିଆସ ଜନନାୟକ ସମୟ ଶ୍ରୋତରେ 

ବିଚ୍ଛେଦରେ ତୁମ ନୀତି ଭୁଲୁଣ୍ଠିତ ଶାଣିତ 

ହୃଦୟେ କିଏ କରାଘାତ କରେ ବାରେ ବାରେ 

ଫେରିଆସି ଦିଅ ଦୀକ୍ଷା ଯୁଗପଯୋଗୀ ନିଷ୍ଠାରେ 

ବିଚ୍ଛେଦ ତୁମର ଆଜି ଧୂଳିସାତ କି ନା 

ଦେଖିଯାଅ, ଥରେ ବାରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract