STORYMIRROR

Pravasini Senapati

Abstract

4  

Pravasini Senapati

Abstract

ହେ ଅନୁଭବର ଠାକୁର

ହେ ଅନୁଭବର ଠାକୁର

1 min
318

କି ଲେଖିବି ତୁମ ଅନୁଭୂତି ଆହେ

ଅନୁଭବର ଠାକୁର

ତୁମରି ମହିମା ବର୍ଣ୍ଣିବା ଶକତି

ପ୍ରଭୁ ହେ ନାହିଁ କାହାର ।(୧)


କେତେ ବିପତ୍ତିରୁ ଉଦ୍ଧାର କରିଛ

ଆରତ ନାଶନ ହରି

ଅନୁଭୂତି ଏକ ମନେ ପଡିଗଲେ

ଲୋମ ଉଠଇ ଟାଙ୍କୁରି ।(୨)


ସେଦିନଟି ଥାଏ ରବିବାର ଏକ

ସମସ୍ତେ ଛୁଟିରେ ଘରେ

କୁଆଡୁ ଆସିଲା କଳା ମେଘ ଘୋଟି

ପବନ ବି ତା ସାଥିରେ ।(୩)


ଘଡଘଡିର ସେ ଭୟଙ୍କର ଶବ୍ଦେ

କମ୍ପି ଯାଉଥାଏ ମହୀ

ସଭିଏଁ ଏକାଠି ବସିଥାଉ ଡରେ

ତୁମ ନାମ ତୁଣ୍ଡେ ନେଇ ।(୪)


ହଠାତ ଶୁଭିଲା ଭୟଙ୍କର ଶବ୍ଦ

ଶରୀର ଉଠିଲା ଥରି

ବିଦ୍ୟୁତ ଆଘାତ ଲାଗିଛି କି ଆଉ

ଉଦ୍ଧାର ଆମକୁ ହରି ।(୫)


ତୁମେ ନ ରଖିଲେ ଏ ମହା ସଂକଟୁ

ରଖିବାକୁ କେହି ନାହିଁ

ହାତ ଯୋଡି ସର୍ବେ ବିକଳେ ଡାକିଲୁ

ସଙ୍କଟ ଗଲା ଦୂରେଇ ।(୬)


ଘର ପଛ ପାଖ ନଡ଼ିଆ ଗଛଟି

ବଜ୍ର ପଡ଼ି ଗଲା ଜଳି

ବିପଦ ଭଞ୍ଜନ ଚକ୍ର ଆଢୁଆଳେ

ବିପତ୍ତିକୁ ଦେଲ ଟାଳି ।(୭)


ହେ ଜଗତ ନାଥ ବର୍ଣ୍ଣିଲି କିଞ୍ଚିତ

ତୁମରି ଦିବ୍ୟ ମହିମା 

ଚରଣ ଆଶ୍ରିତା ସଦା ସମର୍ପିତା

ଦୋଷ ଥିଲେ ଦେବ କ୍ଷମା ।(୮)


Rate this content
Log in

Similar oriya poem from Abstract