STORYMIRROR

Kananbala Das

Abstract

4  

Kananbala Das

Abstract

ଉତ୍କଳ ଜନନୀ

ଉତ୍କଳ ଜନନୀ

1 min
379


ବୀର ପ୍ରସବିନୀ ଉତ୍କଳ ଜନନୀ

   ଦୀପ୍ତିମନ୍ତ ତାର ଆଭା,

କଳା କାରିଗରୀ ସ୍ଥାପତ୍ୟ ଭାସ୍କର୍ଯ୍ୟ

   କୋଟି କମନୀୟ ଶୋଭା।୧।


ମହୋଦଧିକୂଳେ ଶ୍ରୀମନ୍ଦିରେ ବିଜେ

   ପ୍ରଭୁ ଜଗତର ନାଥ,

ଜଗନ୍ନାଥ ଦେଶ ଓଡିଶା ପ୍ରଦେଶ

   ସାରା ବିଶ୍ୱରେ ବିଖ୍ୟାତ।୨।


ଗଙ୍ଗା ଠାରୁ ପୁଣି ଗୋଦାବରୀ ଯାଏଁ

    ପ୍ରାଚୀନ ଉତ୍କଳ ସୀମା,

କଳିଙ୍ଗ, ଉତ୍କଳ ଏବେତ ଓଡିଶା

    ଜନ୍ମଭୂମି ଆମ ମାଆ।୩।


ମନ୍ଦିରମାଳିନୀ  ଉତ୍କଳ ର ଭୂମି  

     ଭକ୍ତି ଭାବ ସଉରଭ,

ତାରକସି କାର୍ଯ୍ୟ ବୟନ ଶିଳ୍ପଟି

    ଏ ମାଟି ର ଗଉରବ।୪।


ଶିଳାର ସ୍ମାରକୀ କୋଣାର୍କ ସ୍ଥାପତ୍ୟ

     ଶ୍ରେଷ୍ଠ କଳା ର ସ୍ୱୀକୃତି,

ଉତ୍କଳୀୟ କଳା   ଜୀବନ୍ତ ଐତିହ

     ଶିଳ୍ପୀ ସୂକ୍ଷ୍ମ କଳା କୃତି।୫।


ଭୁଲିକି ପାରିବା  ବାଜିରାଉତ କୁ

    ଧରମା ର ତ୍ୟାଗ ବ୍ୟଥା,

ଭଞ୍ଜ, ମାୟାଧର କୁନ୍ତଳା, ମେହେର

    ସାହିତ୍ୟ ସୁଖ୍ୟାତି କଥା।୬।


ଉତ୍କଳ ସମ୍ମିଳନୀ  ଜାଗ୍ରତ କଲା

     ଜାତି ପ୍ରୀତି ଜାଗରଣ,

ମଧୁବାବୁ ଙ୍କର  ସ୍ୱପ୍ନର ଓଡିଶା

    ସଫଳତା ରୂପାୟନ।୭।


ଉଠ ଉତ୍କଳୀୟ  ଜାଗରେ ଓଡ଼ିଆ

    କରହେ ନୂତନ କାର୍ଯ୍ୟ,

ହସି ଉଠିବ ରେ ଏ ରାଜ୍ୟ ଆମର

    ଉଇଁବ ନୂତନ  ସୂର୍ଯ୍ୟ।୮।


ତୂର୍ଯ୍ୟ ନାଦ ଭରି କମ୍ପି ଉଠୁଥିବ

    ଏ ଦେଶର ବନଭୁଇଁ,

କରିଯିବା କିଛି  ନୂତନ ପ୍ରୟାସ

    ଜନନୀ ର ଟେକ ପାଇଁ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract