STORYMIRROR

Kananbala Das

Fantasy

4  

Kananbala Das

Fantasy

ଶୀତ ସକାଳ

ଶୀତ ସକାଳ

1 min
256


ମୁକ୍ତାର ପସରା ସଜାଇ ପଉଷ

        ଆସିଛି ଧରଣୀ ପରେ,

ଶୀତରେ ପ୍ରକୃତି ସ୍ୱାଗତ ଜଣାଏ

        ସ୍ବର୍ଣ୍ଣିମ ଧାନ କେଣ୍ଡାରେ।


ପହିଲି ଶୀତର ପରଶ ପାଇଣ

       ଉଲ୍ଲସିତ ତରୁ ଦ୍ରୁମ,

ପୁଷ୍ପରେ ମଣ୍ଡିତ ହୋଇଛି ଧରଣୀ

       ସତେ ନବବଧୂ ସମ।


ଗେଣ୍ଡୁ,ଗୋଲାପରେ ଗଭାକୁ ସଜାଇ

         ମୁକୁତା ଟୀକା କୁ ନାଇ,

ନାଲି ଓଢଣୀରେ ପ୍ରଭାତ ଧରିତ୍ରୀ

         ମନଲୋଭା ଦିଶୁଥାଇ।


ନବବଧୂ ସାଜି ଶୀତ ଯେବେ ଆସେ

          କୁହୁଡି ଓଢଣୀ ତଳେ,

ସପନ ଶେଯରେ ପାହାନ୍ତା ପହରେ

        ଶୀତଳ ଲହରୀ ଖେଳେ।

,

ପ୍ରକୃତି ରାଣୀର କାକର ପଖଳା

        ମୁହଁ ଦିଶେ ମନୋରମ,

ଶୀତ ସାଥେ ଆଣେ ଫଳପୁଷ୍ପ ଶୋଭା

        ଧରାରେ ଭରି ସୁଷମ ।


ଶୀତ ସକାଳର କଅଁଳ ଖରାରେ

       ସୁରୁଜ ମୁରୁଜ ବୁଣେ,

ସବୁଜ ଘାସରେ କାକର ବୁନ୍ଦାରେ

       ମୁକ୍ତାର ଝଲକ ଆଣେ।


ଘନ କୁହୁଡ଼ିର ରୂପା ଆସ୍ତରଣ

      ଧୂମ୍ରବର୍ଣ୍ଣ ର ଶୁଭ୍ରତା,

ଶୀତର ଜାଡରେ ଦେହ ଥରୁଥାଏ

     ଶରୀର ଖୋଜେ ଉଷ୍ମତା।


ଦିନର ଅବଧି କ୍ରମେ ସ୍ୱଳ୍ପ ହୁଏ

     ତାମସ ଅବଧି ବଢେ,

ରବିର କିରଣ କରେ ମନ୍ତ୍ରମୁଗ୍ଧ

    ତନୁଖୋଜେ ଶୀତ ଜାଡେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy