STORYMIRROR

Kananbala Das

Inspirational

3  

Kananbala Das

Inspirational

ଭାରତୀୟ ସଂସ୍କୃତି

ଭାରତୀୟ ସଂସ୍କୃତି

1 min
196


(ରାଗ:ଚୋଖି)


ଭାରତୀୟ ପରମ୍ପରା ଶିକ୍ଷା ସଂସ୍କୃତି ନିଆରା


ବିଶ୍ବରେ ଅନନ୍ୟ ଏଦେଶର ମର୍ଯ୍ୟାଦା


ଗୁରୁ, ଅତିଥି ଦେବତା ଗୁରୁଜନ ପିତାମାତା


ଅଗ୍ରପୂଜ୍ୟ ନିରନ୍ତର ହୁଏ ସର୍ବଦା


ପୁଣ୍ୟ ଭୂମି ଭାରତ ମାତା,


ପୁଣ୍ୟ ଶ୍ଳୋକ ସମ ପବିତ୍ର ଗ୍ରନ୍ଥ ଗୀତା।।୧।।


ଶିଳ୍ପ ଓ କଳାର କ୍ଷେତ୍ର କୋଣାରକ, ଶ୍ରୀକ୍ଷେତ୍ର


ତାଜମହଲ, କୁତୁଵମିନାର ସ୍ମାରକୀ


ପ୍ରେମଚାନ୍ଦ, ମାୟାଧର ଭଞ୍ଜ, ଟାଗୋର, ମେହେର


କୁନ୍ତଳା, ବ୍ୟାସକବି କୃତି ଅଛି ସାକ୍ଷୀ


ସାରସ୍ୱତ ପ୍ରତିଭା ସିଦ୍ଧି,


ସାହିତ୍ୟ କ୍ଷେତ୍ରେ ଗଉରବ ପ୍ରତିନିଧି।୨।



ସାବିତ୍ରୀ, ଜାନକୀ ସତୀ ଲକ୍ଷ୍ମୀବାଇ, ଦୁର୍ଗାବତୀ


ଅନୁସୂୟା,ଅହଲ୍ୟା, କୁନ୍ତୀ, ଗାର୍ଗୀ, ମୈତ୍ରୀ,


ଏଦେଶର ବିରାଙ୍ଗନା ଚିରଦିନ ବନ୍ଦନୀୟା


ବଳିଦାନେ କରିଲେ ଦେଶର ପ୍ରଗତି,


ହେ ନମସ୍ୟା ଘେନ ପ୍ରଣତି,


କୋଟି କମନୀୟ ଭାରତୀୟ ସଂସ୍କୃତି।।୩।।



ଏବେବି ଅମର ଗାଥା ସ୍ୱର୍ଣ୍ଣାକ୍ଷରେ ଅଛି ଲେଖା


ଭାରତ ମା'ର ବୀରସନ୍ତାନଙ୍କ ତ୍ୟାଗ,


ଦେଶପ୍ରେମ ହୃଦେ ଭରି ଜୀବନକୁ ତୁଛ କରି


ସ୍ବାଧୀନତା ପାଇଁ ଧରିଥିଲେ ଯେ ମଙ୍ଗ


ଶାନ୍ତି, ମୈତ୍ରୀ ର ବାର୍ତ୍ତା ଦେଇ,


 ଏ ମାଟି ଆର୍ଯ୍ୟମନ୍ତ୍ରରେ ମନ୍ତ୍ରିତ ହୋଇ।୪।



ମାତୃଭୂମିର ଗାରିମାକୁ ତାରଟେକ ରଖିବାକୁ


ତ୍ରିରଙ୍ଗା ପତାକା ତଳେ ଶପଥ ନେବା,


ଏକତାର ମନ୍ତ୍ରଗାଇ ସତ୍ୟ,ଧର୍ମ,ଶାନ୍ତି ପାଇଁ


ଭାଇଚାରା ଭାବ ନେଇ ଆଗେଇଯିବା,


 ଜାତୀୟତା ଗର୍ବ, ଗୌରବ


ସର୍ବଧର୍ମ ପ୍ରୀତି ସମନ୍ବୟେ ରଖିବ ।୫।



ଆମ ତ୍ରିରଙ୍ଗାର ମାନ ଗୌରବ ଟେକ ସମ୍ମାନ


ଅକ୍ଷୁର୍ଣ୍ଣ ରଖିବା ତ ଆମେ ଚିରଦିନ,


ମହାଭାରତୀୟ ଭାବ ଶାନ୍ତି ସୌରଭ ବିଭବ


ଆମ ତ୍ରିରଙ୍ଗା ଅଟେ ଜାତି ସ୍ୱାଭିମାନ,


ସେ ଦେଶ ମୋ ଭାରତ ବର୍ଷ,


ସାମ୍ୟ ସମତାର ସର୍ବଭୌମ୍ୟତ୍ୱ ଦେଶ।୬।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational