STORYMIRROR

Kananbala Das

Inspirational Others

3  

Kananbala Das

Inspirational Others

ଐତିହ ଓ ସଂସ୍କୃତିର ଦେଶ, ଭାରତବର୍ଷ

ଐତିହ ଓ ସଂସ୍କୃତିର ଦେଶ, ଭାରତବର୍ଷ

1 min
153

ବୀର ପ୍ରସବିନୀ କିର୍ତ୍ତୀ କିରୀଟିନୀ

   ମୋ ଦେଶ ଭାରତ ବର୍ଷ,

ଦେଶ ପରମ୍ପରା ସଂସ୍କୃତି ନିଆରା

   ସଦ୍ଭାବନା ରେ ଉତ୍କର୍ଷ।୧।


ଜାତୀୟ ସଂହତି ଦେଶର ପ୍ରଗତି

   ଐକ୍ୟ ଅଖଣ୍ଡତା ନେଇ,

ଭାରତ ଦେଶଟି ବିଶ୍ବରେ ଅଗ୍ରଣୀ

   ଶାନ୍ତି, ମୈତ୍ରୀ ବାର୍ତ୍ତା ଦେଇ।୨।


ଜାନୁଆରୀ ମାସ ଛବିଶି ତାରିଖ

   ମହାନ ରାଷ୍ଟ୍ରୀୟ ପର୍ବ,

ସମ୍ବିଧାନ ଆମ ପ୍ରଣୟନ ହେଲା

   ଜାତୀୟତା ଆମ ଗର୍ବ।୩।


ଜନତା ହିତରେ ଦେଶର ଶାସନ

  ନୀତି, ନିୟମଟି ହେଲା,

ବାବା ସାହେବ ଓ ଆମ୍ବେଦକରଙ୍କ

   ସ୍ମୃତି ଉଜ୍ଜୀବିତ କଲା।୪।


ଗାନ୍ଧୀ, ଜବାହାର ସୁବାସ, ସର୍ଦ୍ଦାର

   ମହାପୁରୁଷ ଙ୍କୁ ଧ୍ୟାୟୀ,

ଅହିଂସା ମନ୍ତ୍ରରେ ଏକତା ସୂତ୍ରରେ

   ସତ୍ୟ,ଧର୍ମ, ଶାନ୍ତି ପାଇଁ।୫।


ଭାରତ ମାତାର ବୀର ସନ୍ତାନ ଙ୍କ

   ମହାଭାରତୀୟ ଗାଥା,

ସ୍ୱର୍ଣ୍ଣାକ୍ଷରେ ଅଛି ଇତିହାସେ ଲେଖା

   ବୀରତ୍ବ ଗାରିମା କଥା।୬।


ଜୟ ଯବାନ ଜୟ କିଷାନ ସହ

  ଜୟ ମୋ ଭାରତ ଭୂଇଁ,

ଚିରବନ୍ଦନୀୟା ଜନ୍ମଭୂମି ଶ୍ରେୟ

  ତ୍ରିରଙ୍ଗା ଧ୍ୱଜାର ପାଇଁ।୭।


କେଶରୀ ରଙ୍ଗଟି ବୀରତ୍ବପ୍ରତୀକ

   ଶ୍ଵେତ ଶାନ୍ତି,ପବିତ୍ରତା,

ସବୁଜ ରଙ୍ଗତ ସମୃଦ୍ଧି, ବିଶ୍ବାସ

   ନୀଳ ନ୍ୟାୟ, ଧର୍ମ ଗାଥା।୮।


ତ୍ରିରଙ୍ଗାର ମାନ ଗୌରବ ଅକ୍ଷୁର୍ଣ୍ଣ

   ରଖିବା ଟେକ, ସମ୍ମାନ,

ସାମ୍ୟ,ସମତାରେ ସାର୍ବଭୌମତ୍ୱ ଟି

   ଦେଶ, ଜାତି ସ୍ୱାଭିମାନ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational