STORYMIRROR

Kananbala Das

Tragedy

3  

Kananbala Das

Tragedy

ପ୍ରେମ ଓ ପ୍ରତାରଣା

ପ୍ରେମ ଓ ପ୍ରତାରଣା

1 min
157


ପ୍ରତୀକ୍ଷାରତ ଏ ଉଦାସୀ ପ୍ରାଣଟି

   ଆଶାର ଉତ୍ତରଣରେ,

ସ୍ୱପ୍ନିଳ ଅନ୍ଧାରେ ମନ ହଜିଯାଏ

   ପ୍ରେମର ପ୍ରତାରଣାରେ।।


ଅଳସୀ ଆଖିରେ କଳସେ ସପନ

   ଦେଇଛ ମରିଚିକାର,

ଆଞ୍ଜୁଳାଏ ହସ ବଦଳେ ପାଇଲି

   ଅସରା ଲୁହ ଭଣ୍ଡାର।।


ଶୁନ୍ୟପ୍ରତିଶ୍ରୁତି ମିଥ୍ୟା ପ୍ରରୋଚନା

   କରିଦେଲା ବାଟବଣା,

କାହାକୁ କହିଲେ କିଏବା ବୁଝିବ

  ପ୍ରେମ ଦେଲେ ପ୍ରତାରଣା।।


ରାତିର ସପନ ସକାଳେ ଜଳାଇ

   ଖୋଜୁଥାଏ ଚିତାଭସ୍ମ,

ଲୁହକୁ ଲୁଚାଇ ଭସ୍ମକୁ କୋଳେଇ

   ହସେ, କରି ଅଟ୍ଟହାସ୍ୟ।।


ନିରବ ରାତିର ଘନ ଅନ୍ଧକାରେ

   ସହର ପଡିଲେ ଶୋଇ,

ଆଳାପ କରେ ମୁଁ ନିର୍ଜନତାସାଥେ

   ଶୁନ୍ୟ ଆକାଶକୁ ଚାହିଁ।।


କେତେ ସ୍ବପ୍ନଥିଲା ଦିନେ ଏ ଆଖିରେ

   ଆଜିଏ ପଲକ ଶୁନ୍ୟ,

ପ୍ରେମର ପୀୟୂଷ ହୋଇଗଲା ବିଷ

   ଖୋଜୁଛି ସ୍ମୃତିର ଦିନ।।


ପ୍ରେମ, ପ୍ରତାରଣା ଅବ୍ୟକ୍ତ ଯନ୍ତ୍ରଣା

    ଅନୁଭବି ବୁଝିଥାଇ,

ମିଥ୍ୟା ଆତ୍ମୀୟତା ଭାଙ୍ଗିଛି ପ୍ରିୟତା

    ଛଳନାର ସ୍ପର୍ଶ ଦେଇ।।


ଭଙ୍ଗା ମନତଳେ ଆଖିର ଲୁହରେ  

    ଲେଖାଏ ଜୀବନ ଗୀତି,

କେମିତି ସାଜିବି ନୀଳକଣ୍ଠ ଆଜି  

    ଯାତନା ଦେଇଛି ପ୍ରୀତି।।


ଛଳନାର ବିଷ କରେ ଉପହାସ   

   ଅବିଶ୍ୱାସ ଅଗ୍ନି ଜଳେ,

ଜୀବନ ଜଳୁଛି ସପନ ଜଳୁଛି 

   ପ୍ରତାରଣା ନିଆଁ ତଳେ।।



       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy