STORYMIRROR

Kalandi Rout

Abstract

4  

Kalandi Rout

Abstract

ଅଶାନ୍ତ ସାଗର

ଅଶାନ୍ତ ସାଗର

1 min
376

ବାତ୍ୟା, କେବେ କେବେ ସୃଷ୍ଟି ହୁଏ ଏ ମନର ମହାସାଗରରେ,

ଆଖିଟିଏ ଥାଏ ତା'ର ହୃଦୟର କେଉଁ ଏକ ନିଭୃତ କୋଣରେ।

ବାତ୍ୟା ହେଲେ ଅସରନ୍ତି ବର୍ଷା ହୁଏ ଭିଜୁଥାଏ ଆଖି ଆକାଶର,

ଅତୀତଟା ଏକମୁହାଁ ନଈ,ଝୁରୁଥାଏ ବିରହର ବଙ୍ଗୋପସାଗର।


ଅଶାନ୍ତ ସାଗର ମୁଁ ଯେ ମୋ ଭିତରେ ଅସୁମାରୀ ଉତ୍ତାଳ ତରଙ୍ଗ,

ଯୌବନର ଯମୁନାରେ ଉଜାଣି ଜୁଆର, ଫିକାଲାଗେ ଜୀବନର ରଙ୍ଗ।

କେବେ ପାଦତଳେ ହୁଏ ଭୂମିକମ୍ପ,କେବେ ଆସେ ଶୂନ୍ୟରୁ ସୁନାମୀ,

ଯାଯାବର ମନ ମୋର ଠିକଣା ମୋ ନାହିଁ, ମୁଁ ଚିଠିଟେ ବେନାମୀ।


କେବେ ଥିଲି ଟିକି ଝରଣାଟେ କୁଳୁକୁଳୁ ଗାଉଥିଲି ଜୀବନର ଗୀତ,

ନିମ୍ନଗାମୀ ନଦୀ ହେଲି, ନଦୀ ହୋଇ ନାଚୁଥିଲି ଛନ୍ଦାୟିତ ନୃତ୍ୟ।

ନଦୀରୁ ସାଗର ହେଲି ସେ ସାଗରେ ଢେଉ ଉଠେ ଅଥୟ ଅଧିର,

ସେ ଢେଉରେ ଉଠେ ପଡେ,ମଙ୍ଗହୀନ ନୌକା ପରି ଗତି ଜୀବନର।


ଅଶାନ୍ତ ସାଗର ନୁହେଁ ହେବାକୁ ମୁଁ ଚାହେଁ ଥରେ ପ୍ରଶସ୍ତ ପ୍ରଶାନ୍ତ,

ଜାଣେନା ମୁଁ କେବେ ,ଏ ଅନ୍ତରଙ୍ଗ ଅନ୍ଵେଷଣର ହେବ କି ନା ଅନ୍ତ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract