STORYMIRROR

Kalandi Rout

Tragedy

4  

Kalandi Rout

Tragedy

ବିଦାୟ ଏପ୍ରିଲ୍

ବିଦାୟ ଏପ୍ରିଲ୍

1 min
179

ସତରେ ଏପ୍ରିଲ୍,ତମେ କ'ଣ ସବୁଠାରୁ କ୍ରୂରତମ ମାସ?

ଦୁଃଖର ଅୟମାରମ୍ଭ,ଶେଷ ହୁଏ ଏଠି ମଧୁମାସ।

ବସନ୍ତରୁ ବୈଶାଖର ଅନ୍ତରୀଣ ତମେ ନିଦାରୁଣ,

ଜୀବନ ଓ ମୃତ୍ୟୁର ଏ ସନ୍ଧିକ୍ଷଣେ ଅଭାବୀ ଅମ୍ଳଜାନ!


ମୁଖା ପିନ୍ଧି ଝୁଲୁଥାଏ ନିତି ଏଠି ଆମ୍ବ ପରି ମଣିଷ,

ଝଡିବାର ଭୟ ତାକୁ ମାରୁଥାଏ ଖାଲି ସରିନି ଆୟୁଷ।

ତଫାତ୍ ଏତିକି ପବନ ଅଧିକ ହେଲେ ଆମ୍ବ ଝଡିଯିବ,

ନିଃଶ୍ୱାସର ପବନଟା କମିଗଲେ ମଣିଷ ମରିଯିବ।


ରୋଗ ଅଛି ରୋଗୀ ଅଛି ରୋଗୀ ପାଇଁ ବିଛଣାଟେ ନାହିଁ!

ମୁଖ ଅଛି ମୁଖା ଅଛି ଶବ ପାଇଁ ମୁଖାଗ୍ନିଟେ କାହିଁ?

ଆଣିବନି ବଙ୍ଗ ନିର୍ବାଚନ ଅଙ୍ଗେ ଆଉ କେତେ ନିଭାଇବ?

ସଙ୍ଗରୋଧ ବାଧିଲାଣି ପଳାଶର ରଙ୍ଗ ଆଣିଦେବ।


ଆସିଲ ପତ୍ରଝଡାରେ ଗଲାବେଳେ ନୂଆପତ୍ର କଅଁଳାଇ ଦିଅ,

ନିରାଶାର ଆକାଶରେ ଆଶାର ନୂତନ ସୂର୍ଯ୍ୟ ଉଇଁଦେଇ ଯାଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy