STORYMIRROR

Kalandi Rout

Abstract

4  

Kalandi Rout

Abstract

ଦୋଳ ବିମାନ

ଦୋଳ ବିମାନ

1 min
222

ଦୋଳ ବିମାନର ଜୀବନଟିଏ ଜିଉଁଥାଏ ମୁଁ

ଜାଣେନା ବାହିନେଉଛି ନା ବୁହା ହେଉଛି!

ଚାରି କାନ୍ଧରେ ବୁହା ହେଉଥାଏ ମୁଁ

ଅଥଚ ମୁଁ ବାହି ନେଉଥାଏ ନିଜେ ନିଜର ପ୍ରତିମାକୁ!!


ମୁଁ କେବେ ଥରେଟିଏ 'ମୁଁ' ହେଲିନାହିଁ

କୃତ୍ରିମତାର ପୁଟଦେଇ ତିଆରିଲି ନିଜର ଇମେଜଟିଏ

ସେ ଇମେଜର ବୋଝକୁ ବୋହି ଚାଲିଛି ଏ ଯାଏଁ।


ଚାରିଦିନର ଜୀବନରେ ରଙ୍ଗେଇହେଲି ନାଲିନେଳି ଅବିର ଛୁଆଁରେ

ଆମ୍ବ ହେଇ ଝୁଲିଲି ଆଶା ଆଉ ନିରାଶର ଦୁଇବିନ୍ଦୁ ଧାରେ,

ପ୍ରାପ୍ତି ଆଉ ଅପ୍ରାପ୍ତିର ଦୋଳନ ଝୁଲିରେ!


ଆଜି ମୋ ଚାରିପାଖରେ ମେଲଣ,

ଅଥଚ ମୁଁ ଅଣ ନିଶ୍ୱାସୀ ଏକାଏକା!

ଆଗରେ ମୋ କୋଳାହଳ ଉଦ୍ଭଟ ନୃତ୍ୟଗୀତ

ଗଗନ ବି ପ୍ରକମ୍ପିତ ଘଣ୍ଟଘଣ୍ଟା ଶଙ୍ଖ ଧ୍ୱନି ସ୍ୱରେ

ସେ ସୁରରେ ଶୁଣି ପାରୁଛି ମୁଁ ଜୀବନର ଶେଷତମ କରୁଣ ସଂଗୀତ!!


ହାତ ମୁଠାରୁ ମୋ ସରିଯାଉଛି ସମୟର ବାଲିମିଶା ଅବିର

ଫିକାଫିକା ଲାଗିଲାଣି ଫଗୁଣର ଫଗୁ

ମେଲଣ ଭାଙ୍ଗି ଗଲାଣି, ଏବେ ମତେ ଫେରିବାକୁ ହେବ

କୋକେଇର ବିମାନରେ ମଶାଣିର ଶୂନ୍ୟ ମନ୍ଦିରକୁ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract