STORYMIRROR

Kalandi Rout

Others

4  

Kalandi Rout

Others

ମାଆଙ୍କୁ ଆବାହନୀ

ମାଆଙ୍କୁ ଆବାହନୀ

1 min
271

ଆଶ୍ଵିନ ଆକାଶେ ଶୁଭ୍ର ମେଘଖଣ୍ଡ କରେ ସନ୍ତରଣ ଏଠି,

ତରଙ୍ଗିଣୀ ତୀରେ କାଶତଣ୍ଡୀ ନାଚେ ସତେ ନୃତ୍ୟରତା ନଟୀ।

ଅନ୍ଧାର ଅପସାରି ଆଲୋକ ଅପ୍ସରୀ ହସୁଛି ଶରତ ଇନ୍ଦୁ, 

ସରୋବରୁ ସଦ୍ୟ ଶହେ ଆଠ ଶ୍ଵେତ ପଦ୍ମ ତୁ ରଖିଥା ବନ୍ଧୁ।


ଈଶାନ ବାୟୁରେ ଭାସିଆସେ ଧିରେ ଝୁଣା କର୍ପୂରର ଗନ୍ଧ,

ମାଆ ମୋ ଆସିବ ମନ ନାଚିଯାଏ ତୋଳି ନୂଆ ନୂଆ ଛନ୍ଦ।

ମୃଣ୍ମୟୀ ମୂର୍ତ୍ତି ମୋ ମନ ମନ୍ଦିରରେ ଶୋଡ଼ଷ ଉପଚାର,

ରକ୍ତବୀଜ ପରି କରୋନା ବଢୁଛି କର ତା'ର ସଂହାର।


କରୋନା କାଳରେ କରୁଣ କାହାଣୀ ପଡିଛି ବିପଦବେଳା,

ମଣିଷର ମନ ହୁଏ ମେଘାଛନ୍ନ ମୃତ୍ୟୁର ତାଣ୍ଡବଲୀଳା।

ଆସ ଅବତରି ଏ ଧରା ଧାମରେ ହେଉ ତୁମ ଜୟଗାନ,

ବିପଦୁ ଉଦ୍ଧାରି ଆଶୀଷ ଝରାଅ ରଖ ସନ୍ତାନର ମାନ।


ଦୁର୍ଗତିନାଶିନୀ ଦୁର୍ଗା ଦୟାମୟୀ ଦୁର୍ଗତିରେ ଆଜି ଅଛି ମାନବ,

ଦୀନଦୁଃଖୀ ଦୁଃଖ ଦୂର କର ଦେବୀ ଦମନ କରି ଦାନବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍