କବିତା ଓ ମୁଁ
କବିତା ଓ ମୁଁ
କବିଟିଏ ହେବି ଭାବୁଛି ଯେବେ ମୁଁ
ଜଂଜାଳ ଟାଣୁଛି ବେଶୀ
ତେଲ ଲୁଣର ଏ ଜୀବନ ଯାତ୍ରା ରୁ
ପାରୁନି ଟିକେ ମୁଁ ଖସି ll
ଦୁର୍ବାର ମୋହର କବିତା ର ଡୋର
କଳ୍ପନା ବିଳାସୀ ସ୍ବପ୍ନ
ସଫେଦ ପୃଷ୍ଠା ରେ ଲେଖନୀ ଚଳାଇ
ଲେଖିବାରେ ହୁଏ ମଗ୍ନ ll
କେତେବେଳେ ବେଳ ଗଡ଼ିଯାଏ ଧୀରେ
କିଏସେ ଦିଅଇ ଡାକି
କର୍ତ୍ତବ୍ୟ ପଥରୁ ଶୁଭଇ ଆହ୍ୱାନ
କର୍ମ ଯେ ପଡିଛି ବାକି ll
କାହାପାଇଁ ଖାଦ୍ୟ କାହାକୁବା ସେଵା
କା' ପାଇଁ କି ଲୋଡ଼ା ଶିକ୍ଷା
ଭିନ୍ନ ଅବାତାରେ କର୍ତ୍ତବ୍ୟ ସାଧନେ
ପାଇଛି ଜୀବନେ ଦୀକ୍ଷା ll
ଲେଖୁଛି କବିତା ଲେଖି ଚାଲିଥିବି
ବଞ୍ଚି ଥିବା ଯାଏ ଏଠି
ସମାଜ ସଂସ୍କାରେ କୁଶଳ ବାରତା
ନିତି ଦେଉଥିବି ବାଣ୍ଟି ll
ତଥାପି କବିତା ପ୍ରାଣଠୁ ଅଧିକ
ଶ୍ରଦ୍ଧା ଭରା କିଛି ପୁଞ୍ଜି
ତାକୁଇ ପାଥେୟ କରି ଚାଲି ଥିବି
ବିଧାତା ଦେଇଛି ଖଞ୍ଜ ll
