STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଶୁଭ ବଡଦିନ

ଶୁଭ ବଡଦିନ

1 min
381

ଡିସେମ୍ବର ପଚିଶରେ       ମହାର୍ଘ୍ୟ ସେ ଲଗନରେ

      ଅବତରି ପ୍ରଭୁ ଯିଶୁ ଖ୍ରୀଷ୍ମ ପ୍ରଣେତା

ବିତରିଲେ ଜ୍ଞାନ କେତେ    ଭସାଇଲେପ୍ରେମ ସ୍ରୋତେ

        ଅଜ୍ଞାନ ତିମିର ନାଶି ଜଗତ ପିତା

         ଅଜ୍ଞାନକୁ ଜ୍ଞାନ ଆଲୋକେ

   ଉଦ୍ଭାଷିତ କରିଗଲେ ପ୍ରେମ ଝଲକେ ।।


ଗୀତାର ମହତ ବାଣୀ    କର୍ମଣ୍ୟେବାଧିକାରସ୍ତେ

      ମା ଫଳେଷୁ  କଦାଚନ ସର୍ବ କଥିତ

 ଅନୁରୂପେ ପ୍ରଭୁ ଯୀଶୁ    କହୁଥିଲେ ଜନତାଙ୍କୁ

      ଭଲକର୍ମ କରିଗଲେ ଫଳ ନିଶ୍ଚିତ 

         ଅଯଥା ଆଶଙ୍କା ମନରେ

     ନ ରଖିଣ ଭଲ କର୍ମ କର ମହୀରେ ।।


ଯୀଶୁଙ୍କ ମୁଖ ନିଃସୃତ       ଶୁଣଏହି କଥାମୃତ

     ଏ କାହାଣୀ ଏକ କୃଷକର ଜୀବନେ

ନିଜ କ୍ଷେତେ ଆଶା ନେଇ    ଭଲ ମଞ୍ଜି ବୁଣିଦେଇ

   ଘରକୁ ଫେରିଲା କେତେ ଆନନ୍ଦ ମନେ

        ଗୃହେ ଶୟନରେ ମଗନ

   ଶତ୍ରୁ ତହିଁ ବୁଣିଦେଲା ବାଳୁଙ୍ଗାମାନ ।।


ଗହମର ସମତାଳେ     ବାଳୁଙ୍ଗା ଉଠିଲା ମେଳେ

     ମୂଲିଆ ପଚାରେ ଆସି କୃଷକ କତି

ଭଲ ମଞ୍ଜିବୁଣାହେଲା     ବାଳୁଙ୍ଗା କେହ୍ନେ ଉଠିଲା

    ଚାଷୀ କହେ ବାଳୁଙ୍ଗା ବୁଣିଛି ଦୁର୍ମତି

      ବାଳୁଙ୍ଗା କି ଉପାଡି ଦେବୁ?

  ପଚାରନ୍ତେ ଚାଷୀ କହେ ଥାଉ ସେସବୁ ।।


ଉପାଡିଲେ ବାଳୁଙ୍ଗାକୁ      କ୍ଷତି ହେବ ଗହମର

     ନଷ୍ଟ ହୋଇ ଯାଇପାରେ ଗହମ ଚେର

ଆସିଲେ ଅମଳ ବେଳ      କାଟି ବାଳୁଙ୍ଗା ସକଳ

       ଏକଠାବେ ଜାଳି ଧ୍ବଂସ କରିବି ତାର

         ବାଳୁଙ୍ଗା ପାଉଁଶ ହୋଇବ

  ଗହମ ଖଳାରେ ମୋର ଶୋଭା ପାଇବ ।।


ସୁଗୁଣ ସୁକର୍ମ କର       ନକାରାତ୍ମକକୁ ଡର

    କରିବନି କେବେହେଲେ କର୍ମ ପଥରେ

ଝଡଝଞ୍ଜା ଆଶଙ୍କାର       ଭୟ ଭ୍ରାନ୍ତି ହେବ ଦୂର

       ଦ୍ବିଧା ଆଶଙ୍କାଠୁ ତୁମେ ରୁହ ଦୂରରେ

           ସୁକର୍ମର ଫଳ ନିଶ୍ଚିତ

      ସମୟ ଆଗରୁ ହୁଅ ନାହିଁ ଚିନ୍ତିତ ।।


ଇଶ୍ବର ସବୁ ଜାଣନ୍ତି       ସର୍ବଜ୍ଞ ସେ ସର୍ବବ୍ୟାପୀ

      ଭଲମନ୍ଦ ବାଛି ସବୁ ଚିହ୍ନାଇ ଦେବେ

ସତ୍ୟ ଶାନ୍ତି ପ୍ରେମମୟ      ଜଗତ ପାଳକ ପିତା

      ତୁମ୍ଭ ଭଲ କର୍ମ ଫଳ ଅବଶ୍ୟ ଦେବେ

          ଯୀଶୁଙ୍କ ଜୀବନ ଦର୍ଶନ

      ଆଲୋକିତ କରୁଥାଉ ସକଳ ଜନ ।।


ଶୁଣ ସର୍ବେ ନରନାରୀ      କରନି କା'ରେ ଭଗାରି

      ସକଳକୁ ଆନ୍ତରିକ ପ୍ରେମପରଶି

ନିଜର କୁଟୁମ୍ବ ଭାବି        ସେବା ଯତ୍ନ ସହକାରେ

      ଦୟା କ୍ଷମା ମନୋଭାବେ ସେବା ପରଶି

            ତୁମ୍ଭେ ଅମୃତର ସନ୍ତାନ

       ମାନବ ସେବାରେ ସର୍ବେ ଦିଅ ହେ ଧ୍ୟାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract