STORYMIRROR

Dharitri Das

Abstract

4  

Dharitri Das

Abstract

ଗୃହବନ୍ଦୀ

ଗୃହବନ୍ଦୀ

1 min
366


କାହୁଁ ଅଇଲା ଏ କରୋନା ରାକ୍ଷସ

      ସାରାବିଶ୍ୱେ ପ୍ରଘଟିଲା

ହାଡ଼ିଦାସଙ୍କର     ମାଳିକା ବଚନ

      ଚିରନ୍ତନ ସତ୍ୟହେଲା।

ବଳଦ ପରିକା ମୁଖେ ତୁଣ୍ଡି ଦେଇ

     ହେଲେ ସର୍ବେ ଗୃହବନ୍ଦୀ

ଦିନ ମଜୁରିଆ ଭୋକ ଉପାସରେ

       ମରୁଅଛି କାନ୍ଦିକାନ୍ଦି।

କେମିତି ସହୁଛ  ତୁମେ ମହାପ୍ରଭୁ

     ଭୋକିଲା ପେଟର ନାତ

ତୁମରି ଇଚ୍ଛାରେ  ଚାଲୁଛି ଜଗତ

     ଏକଥାଟି ଯଦି ସତ।

କରୋନାକୁ ଡାକି ଆଣିଛ କି ତୁମେ

     ଭାବିନେବୁ ଆମ୍ଭେମାନେ

କେଉଁ ଦୋଷ ପାଇଁ ଏତେ ଦଣ୍ଡୁଅଛ

      କ୍ରୋଧ ଅବା ଅଭିମାନେ।

କହିଦିଅ ବାରେ   ଜଗତର ନାଥ

         ପ୍ରତିକାରଟି ଏହାର

ଧ୍ବଂସମୁଖୁ ରକ୍ଷା   ପାଇଯାଉ ସୃଷ୍ଟି

        ବିକାଶୁ ଯଶ ତୁମର।

ଦୟାକର ଆହେ    ପ୍ରଭୁ ଚକ୍ରଧର

       ଚକ୍ରକୁ କର ପ୍ରହାର

ଚକ୍ରଧାରୀ ନାମ  ସାର୍ଥକ ହୋଇବ

       ଗୃହବନ୍ଦୀ ପରିହର।

ଜୟ ଜଗନ୍ନାଥ  ଆହେ ହୃଷିକେଶ

       ଘେନି ବିନତି ମୋହର

ଏ ସାରା ବିଶ୍ୱକୁ ତୁମେହିଁ କରିବ

       ଅଚିରେ ପ୍ରଭୁ ଉଦ୍ଧାର।

ତୁମ ପାଦେ ମୋର କୋଟି ନମସ୍କାର

      ଘେନାକର ଲକ୍ଷ୍ମୀକାନ୍ତ

ଦୟାଦ୍ର ହୃଦୟେ    ନିଜ ସୃଷ୍ଟି ନିଜେ

        ରକ୍ଷାକର ବଳବନ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract