STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ହା ପଇସା

ହା ପଇସା

1 min
318


ହା ପଇସା , ହା ଟଙ୍କା

ପାଖରେ ଥିଲେ ତୁ ସରଗ ସୁଖ

ନ ଥିଲେ ଲାଗଇ ଫାଙ୍କା ଫାଙ୍କା ।।

ପଇସା ନଥିଲେ କହଇ ଶୁକୁଟା

"ଆବେ ପରଶୁ ଯାଆବେ ପରଶୁ

ତୋର ନାହିଁ କିଛି ଦାମ୍"

ପଇସାରେ ହେଲେ ପକେଟ ଗରମ

ସେଇ ଶୁକୁଟା ତ ଯୋଡହସ୍ତରେ କହେ

"ନମସ୍କାର !ବାବୁ ପରଶୁ ରାମ" ।।

ଶୁଣ୍ ଭାଇ ବଳରାମ୍

ପଇସା କ୍ୟା ନା କରେ କାମ୍

ପଇସା ଆଶାରେ ଭାବପୀରତି ହେ

ପଇସା ବିହୁନେ ଅଖ ଚକ ସବୁ ଜାମ୍ ।।


ପଇସାର ବଡ ଭାଇ ଟଙ୍କା

ପାଖରେ ଥିଲେ ସଭିଙ୍କ ଆଦର

ନଥିଲେ ଦେଖିଲେ କବାଟ କିଳନ୍ତି

ଅବା ଚଳନ୍ତି ମୁହଁ କରିଦେଇ ବଙ୍କା।।

ପାଶେ ଥିଲେ ଟଙ୍କା ପଇସା

ମାଆ କରୁଥାଏ କୋଟି ଆଦର

ବାପା କରେ ଶତ ପ୍ରଶଂସା

ଭାର୍ଯ୍ୟା କରେ ପ୍ରୀତି ସମ୍ଭାଷଣ ରଙ୍ଗେ

ଘର ସ୍ବର୍ଗପୁରୀ ଲାଗେ ସହସା ।।

ପାଖରେ ନଥିଲେ ଟଙ୍କା

ସଭିଙ୍କର ମୁହଁ ବଙ୍କା

ମାତା ନିନ୍ଦା କରେ ପିତା ନିନ୍ଦା କରେ

ଭାରିଜା ଗାଳିରେ ଜୀଇଁ ଥାଉଁ ଥାଉଁ ମରେ

ସମ୍ଭାଷଣ ନାହିଁ କର୍କଶ ଭାଷଣ

ଦୁର୍ବିସହ ଏଇ ଜୀବନଟା ଖାଲି

ଲାଗୁଥାଏ ଫାଙ୍କା ଫାଙ୍କା ।।


କରୁଥିଲେ ପଇସା ଠଣ୍ ଠଣ୍

ମଦ ମାଂସ ଭୋଜିବଳେଜିତି ନିର୍ବାଚନ

ମାଫିଆ ଗୁଣ୍ଡା ଦଲାଲ ପାଖରୁ

ମିଳେ ବିଡା ବିଡା କମିସନ୍

ସରକାରୀ କଳ ପୁଲିସ୍ ବଳ

କରାୟତ୍ତ କଚେରୀ ଆଇନ୍ ।।

ପଇସା ନଥିଲେ ପାଖରେ

ଆପଣା ଲୋକଟା ପର ହୋଇଯାଏ

ଚିହ୍ନା ବି ଅଚିହ୍ନା ହୁଏ

ପଇସାଟି ଥିଲେ ପାଖରେ

ପର ଲୋକଟି ବି ଆପଣାର ପରି

ନିଜ ଗଣ୍ଠିଧନ କରେ ।।

ମୋହ କଥା ଶୁଣ ଥରେ

ଧାଇଁଲେ ପଇସା ପଛରେ

ମଣିଷ ପଣିଆ ସରେ

ଭଲ ମଣିଷଟେ ହେବା ପାଇଁ ହେଲେ

ପଇସା ମୋହଠାରୁ ରୁହ ଦୂରେ ।।



Rate this content
Log in

Similar oriya poem from Abstract