STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଗାନ୍ଧୀ ତୁମେ ଚାଲିଗଲାପରେ

ଗାନ୍ଧୀ ତୁମେ ଚାଲିଗଲାପରେ

1 min
378

ନିଉ ଟେଷ୍ଟାମେଣ୍ଟରୁ  ଭଗବତ୍ ଗୀତା

      ଅନ୍ ଟୁ ଦିଶ୍ ଲାଷ୍ଟରେ

ପାଇଗଲ ତୁମେ    ସତ୍ୟ ଅହିଂସାର

      ମହାମନ୍ତ୍ର ଜୀବନରେ ।।

ସତ୍ୟ ଅହିଂସାକୁ     କରିଣ ଆୟୁଧ

     ଦେଇ ସଫଳ ନେତୃତ୍ବ

  ଭାରତ ବର୍ଷକୁ   ରାମ ରାଇଜରେ

     ଗଢି ତୋଳିବାର ତତ୍ତ୍ବ ।।

ରାମଙ୍କ ମନ୍ଦିର   ଆଣି ପାରିବନି

    ଭରତେ ରାମରାଇଜ 

ପ୍ରତିଟି ହୃଦୟେ   ରାମଙ୍କ ସ୍ବଭାବ

     ଆଣିବ ରାମ ରାଇଜ।।

ସେ ହିଁ ରଘୁପତି    ସେ ହିଁ ପ୍ରଭୁ ରାମ

    ସେ ଯୀଶୁ ଆଲ୍ଲା ଈଶ୍ବର 

ମର୍ଯ୍ୟାଦା ପୁରୁଷ  ପ୍ରଭୁ ରାମଚନ୍ଦ୍ର

    ପ୍ରତିକ ସତ୍ୟ ଧର୍ମର ।।

ସତ୍ୟ ଅହିଂସା ଯେ    ସକଳ ଧର୍ମର

     ସାରମର୍ମ ଅଟେ ବୋଲି

ସମଗ୍ର ବିଶ୍ବକୁ    ସତ୍ୟାଗ୍ରହ ପନ୍ଥା

    ପ୍ରଦର୍ଶାଇ ଗଲ ଚାଲି ।।

ସତ୍ୟ ଧର୍ମ ନ୍ୟାୟ    ଶୃଙ୍ଖଳା ଭିତ୍ତିରେ

    ଥିଲା ତୁମ ରାଜନୀତି

ତୁମେ ଚାଲି ଗଲା   ପରେ ଏଠି ଖାଲି  

     ଚାଲିଛି ଦୁର୍ନୀତି ରୀତି ।।

ଦେଶର ଦରିଦ୍ର    ଲୋକ କଥା ଭାବି

     ଆଣ୍ଠୁ ଉପରକୁ ଲୁଗା

ନିଜ ହାତେ ବୁଣି   ପିନ୍ଧୁଥିଲ ପୁଣି

    ସ୍ବଦେଶୀ ଚିଜରେ ନିଘା ।।

ଦେଶ ପାଇଁ ତୁମେ   ତ୍ୟାଗ କରିଗଲ

     ସର୍ବ ସୁଖ ଜୀବନରେ

ସଫଳ ନେତୃତ୍ବ     ଦେଇଗଲ ତୁମେ

     ସତ୍ୟ ଅହିଂସା ବଳରେ ।।

ଦେଖିଥିଲ ସ୍ବପ୍ନ     ରାମ ରାଇଜର

    ଏଇ ଭାରତବର୍ଷରେ   

ତୁମ ସ୍ବପ୍ନ ଖାଲି    ସପନେ ଦେଖୁଛି

     ଅଟକିଛି ମନ୍ଦିରରେ।।

ଚଉସ୍ତରି ବର୍ଷ     ହୋଇଗଲା ଆଜି

     ତୁମେ ଚାଲିଗଲାପରେ   

ତୁମ ସ୍ବପ୍ନ ଖାଲି  ସ୍ବପ୍ନରେ ରହିଛି

    ଦେଖୁନାହିଁ ବାସ୍ତବରେ ।।

ରାଜନୀତି ଏକ    ବ୍ୟବସାୟ ନୁହେଁ

    ଅଟେ ଦେଶ ସେବା ମାର୍ଗ

ବିଡମ୍ବନା ଏଠି   ରାଜନୀତି ଆଜି

   ନୀତିହୀନଙ୍କ ଭୂସ୍ବର୍ଗ ।।  

ଭଲ ବ୍ୟବସାୟ    ରାଜନୀତି ବୋଲି

      ଅପାଠୁଆ ରାଜନେତା

ନୋଟ ବଦଳରେ  ଭୋଟ ମିଳିଯାଏ

    ଦେଇ କୁର୍ତ୍ତା ଜୋତା ଛତା ।।

କାମ ନ କରିଣ     ବିଲ୍ ଉଠାଯାଏ

      କାଗଜ କଲମେ ସବୁ

ଯାଦୂଆ ବିକୁଛି     ଯାଦୂର ମଲମ

    କା' ଆଗେ ଫେରାଦ ହେବୁ?

ଗ୍ରାମୀଣ ନିଯୁକ୍ତି    ଗ୍ୟାରେଣ୍ଟି ଯୋଜନା

     ତୁମରି ନାମରେ ଚାଲେ

ଭୂତ ଜବ୍ କାର୍ଡ     ଠିକାଦାର ହାତେ

    ଜବ୍ ମିଳେନାହିଁ ଭଲେ ।।

ଯୋଜନାର ଅର୍ଥ     ଟଙ୍କାକର ଥିଲେ

     ବାରଅଣା  ହରିଲୁଟ

ଦୂର୍ନୀତି ପାହାଡ     ଶୀର୍ଷରେ ବସିବି

    ନୋଟ ବଳେ ମିଳେ ଭୋଟ ।।

ତୁମ ସତ୍ୟାଗ୍ରହ    ପନ୍ଥା ଆପଣାଇ

     ଚକ ଜାମ୍ ଅଖ ଜାମ୍

ନିଜ ପତିଆରା   ବଢାଇବା ଚିନ୍ତା

    ମିଳେ ନାହିଁ ଏଠି କମ୍ ।।

ଦେଶ ପ୍ରେମ ଭାବ   ସତ୍ୟ ଓ ଅହିଂସା

    ଦୁର୍ମତି ହାତରେ ବନ୍ଦୀ

ଦୂର୍ନୀତି ଅନୀତି   ହିଂସା ଆଚରି

   ଚାଲିଛି ଫିକର ଫନ୍ଦି ।।

ତୁମେ ଦେଖିଥିଲ    ସ୍ବପ୍ନ ଭାରତକୁ

      ସମଗ୍ର ବିକାଶ ପଥରେ

ତୁମ ସ୍ବପ୍ନ ଏଠି     ସ୍ବପ୍ନରେ ରହିଛି

    ତୁମେ ଚାଲିଗଲା ପରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract