ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
ସନାତନ ବାବୁ ଥିଲେ ବଡ଼ ଅଫିସର
ପାଞ୍ଚ ବର୍ଷ ହେଲା ନେଇଥିଲେ ଅବସର |
ବାପ ଜେଜେ ଅମଳରୁ ଗାଆଁ ଜମିଦାର
ଧନ ଧାନ୍ୟ ପୂର୍ଣ୍ଣ ଘର ଲକ୍ଷ୍ମୀଙ୍କ ଭଣ୍ଡାର |
ପର ଦୁଃଖେ ଝରୁଥିଲା ନୟନରୁ ନୀର
ଦାନୀ ମାନୀ ଚଉଦିଗେ ଥିଲାତ ଖାତିର |
ପତ୍ନୀ ସରସ୍ୱତୀ ଦୟା କ୍ଷମା ବାରିଧର
ଅତନୁ ଶାନ୍ତନୁ ନାମେ ଦୁଇଟି କୁମର |
ଦୁଇହଜାର କୋଡିଏ ଜୁଲାଇ ପନ୍ଦର
କରୋନା ରେ କବଳିତ ହେଲେ ଗୁଣାକର |
କୋଭିଡି ଡାକ୍ତର ଖାନା ନାମ ମାଧପୁର
ରହିଲେ ସଙ୍ଗରୋଧରେ ହୋଇଲେ ଆତୁର |
କି ଅସାଧ୍ୟ ଏ ବେମାରୀ କେଡ଼େ ଭୟଙ୍କର
ଛୁଇଁବାକୁ ଡରୁଛନ୍ତି ଆତ୍ମୀୟ ସୋଦର |
କାଲି ହୋଇଥିଲା ଯିଏ ପ୍ରିୟ ସଭିଙ୍କର
ବେଢ଼ି ଚଉପାଶେ ବନ୍ଦୁଥିଲେ ଯା ପୟର |
ନିଜରକ୍ତ ପୁତ୍ର ପତ୍ନୀ କରିଲେ ଅନ୍ତର
ଜୀବନ୍ତ ସମାଧି ଏତ ସାହା ବିଶ୍ୱେଶ୍ୱର |
ଅବ୍ୟକ୍ତ କୋହକୁ ଚାପି ହୃଦୟ ମଧ୍ୟର
ଜୀବନ ଦର୍ଶନ ପଢୁଥିଲେ ନିରନ୍ତର |
ସ୍ଵାର୍ଥେ ଏ ଜଗତ ଅନ୍ଧ କେ ନୁହେଁ କାହାର
ଏଇତ ସଂସାର କେହି ନାହାନ୍ତି ପାର୍ଶ୍ଵର |
ଆହା କହିବାକୁ ଏଠି ସାହା ହିଁ ଡାକ୍ତର
ସେବିକାଙ୍କୁ ଧନ୍ୟବାଦ ଲାଗନ୍ତି ନିଜର |
କାହିଁକି ଆସିଛୁ ଧନ କିନେବୁ ସଙ୍ଗର
ମଲେ ଜେସିପି କାଢ଼ିବ ଶବକୁ ତୋହର |
ପର ଉପକାର ପୁଣ୍ୟ ବ୍ରତ ନାରଖାର
ଅବ୍ୟକ୍ତ କୋହକୁ କିଏ ବୁଝିବ ସେଠାର |
