STORYMIRROR

Kalandi pal

Abstract

4  

Kalandi pal

Abstract

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

1 min
320


ତ୍ରୀଶକ୍ତି ତ୍ରିପୁରେ    ଜ୍ଞାନ ଅଧିକାରେ

    ଦାନବ ମାନବ ଦେବ

ମାନବ ରକ୍ଷଣ      ଦାନବ ନାଶନ 

    ଦେବତାଙ୍କ ପରାଭବ.।।


ଭୟରେ ମେଦିନୀ  କଂସ ପାପ ଘେନି

     ବିଷ୍ଣୁଙ୍କ ଚରଣେ ଧ୍ୟାନ

ଅଷ୍ଟମୀରେ ଭାଦ୍ର   ରୋହିଣୀ ନକ୍ଷତ୍ର

    ଶୁଭ ଲଗ୍ନେ ହେବେ ଜନ୍ମ.।।


ଚାରି ମେଘ ଦେହେ   ଅଣଚାଶ ବହେ

    ଶୁଭେ ଅଶରୀରି ହସ

ଘନେ ଘନ ହାର     ଚମକେ ଚଞ୍ଚଳ

     ଚହଟଇ ଚଉପାଶ.।।


ଘନ ଅନ୍ଧକାର       ବରଷାର ଧାର

     ତୁହାକୁ ତୁହା ବରଷେ

ବନ୍ଦୀ ଶାଳେ ଦେବୀ   ଗର୍ଭ କଷ୍ଟ ଲଭି

     ଜନମିଲେ ପୁତ୍ର ପାଶେ.।।


ଅଚେତ ଦୂର୍ବଳା    ଦେବକୀ ଅବଳା

     ସହି ପ୍ରସବ ବେଦନା

ଅଗରୁ ଚନ୍ଦନ      ମହ ମହ ବାସ

     ଭରେ ନୂଆ ଉନ୍ମାଦନ.।।


ଶୋହେ ଶଙ୍ଖ ଚକ୍ର   ଗଦା ପଦ୍ମ ହସ୍ତ

     ଝଲସେ ଅପୂର୍ବ କାନ୍ତି

ନିଦ୍ରାରେ ପ୍ରହରୀ  ଫିଟିଲା ଶାଙ୍କୋଳି

     ହେଲାକି ମନରେ ଭ୍ରାନ୍ତି.।।


ଚକିତେ ଚାହାଁନ୍ତି   ବସୁଦେବେ ଭୀତି

     ଶୁଣିଲେ ଶ୍ରୀମୁଖୁ ବାଣୀ

ଗୋପପୁର ନେଇ   ଆଣ ପାଲଟାଇ

     କନ୍ୟାରତ୍ନ ଦୁର୍ଗା ମଣି.।।


ବାଟେ ଉଗ୍ରସେନ  ହୋଇଲା ଭଗାରି

     ଦେଖି ଶଙ୍ଖ ଚକ୍ର ଚିହ୍ନ

କରି ପ୍ରଣିପାତ   ଛାଡି ଦେଲେ ପଥ

     ଧନ୍ୟ ମୋ ଜୀବନ ଧନ୍ୟ.।।


ଉଛୁଳା ଯମୁନା   ଢ଼ାଙ୍କେ ସପ୍ତ ଫଣା

     ପ୍ରଭୁ ଗଲେ ଗୋପପୁର

ଆଣି କନ୍ୟା ରତ୍ନ  ବନ୍ଦୀ ଶାଳେ ସ୍ଥିତ

     ସର୍ବେ ହେଲେ ଉଜାଗର.।।


ଶୁଣି କୁଆଁ ରଡ଼ି   କଂସ ନେଲା ଭିଡ଼ି

    ଫିଙ୍ଗିଲା ଶିଳା ଉପରେ

ଶୁଭେ ଶୂନ୍ୟ ବାଣୀ   ଚକିତ ହୁଅନି

     ଶତ୍ରୁ ବଢେ ଗୋପପୁରେ.।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract