ପ୍ରକୃତି ପ୍ରେମ
ପ୍ରକୃତି ପ୍ରେମ
ମୁଁ ପ୍ରକୃତି ପ୍ରେମୀ ତ ସତ
ଭାରି ଭାବୁକ
ନିର୍ଜନ କାନନେ ଧରିତ୍ରୀ ରେ
ହୁଏ ନିର୍ଭିକ
ମନେ ମୋର ଆସିଯାଏ କେତେ କେତେ ଚିନ୍ତା
ଚାରିଆଡେ ଦେଖାଯାଏ ପ୍ରକୃତି ର ସୌନ୍ଦର୍ଯ୍ୟତା,
ପ୍ରକୃତି ର ପ୍ରେମ କୁ ମୁଁ ତୋଳି ଧରେ କଲମ ରେ
ଭାବନା ରେ ବୁଡ଼ିଯାଏ, ଲେଖିବସେ କାଗଜରେ l
ମୁଁ ପଢେ, ମୁଁ ଶୁଣେ ଲେଖିଯାଏ
ବାରେ ବାରେ
ନିଜ ଅଜାଣତେ ଆସେ ଚେତନା ମନରେ
ଆସଇ ସାଫଲ୍ୟ ତୃପ୍ତି ଅନ୍ତର ତଳରେ
ପ୍ରତି ଧ୍ୱନି ଉଠେ ହୃଦେ ପ୍ରକୃତିପ୍ରେମରେ l
ପ୍ରକୃତି ପ୍ରେମୀ ମୁଁ, ତା ସୌନ୍ଦର୍ଯ୍ୟ ମୋହର ଜୀବନ
ଯେଉଁଠି ବନିଛି ମୁଁ ଲେଖକ
ହୋଇ ଆନ ମନ
ସବୁଜ ସୁନ୍ଦର ରେ ଯେଉଁଠି ଦୁନିଆ
ହସେ ଖାଲି ହସେ
କାନ୍ଦରୋଳ ପଛକୁ ପକାଇ ମୁଁ
ମାତ୍ର ମଧୁ ହିଁ ବରଷେ l
ପ୍ରକୃତି ପ୍ରେମୀ ଯେହେତୁ,
ପ୍ରକୃତି ମୋତେ ଆକର୍ଷିତ କରେ
ମନ ମୋର ଘୁରିବୁଲେ ଦିଗବଳୟେ,
ମୋର- ଅଗୋଚରେ
ଅବା କେବେ ପହଞ୍ଚେ ମୁଁ ସବୁଜ ଧରା ପାଶେ
ପ୍ରକୃତି ପ୍ରେମୀ ଚକ୍ଷୁ ରେ ସୁନ୍ଦରତା ହିଁ ଦିଶେ l
ସୁନ୍ଦର ତା ଆଙ୍କିବାରେ ପ୍ରକୃତି ପ୍ରେମୀର ନ ଯାଏ ବ୍ୟର୍ଥ ତା
ଯାହା ଲୋଡ଼ାସବୁଦିନ ସମାଜ ପାଇଁ ରେ ଲେଖେ ମୁଁ କବିତା.....
ପ୍ରକୃତି ଓ ମୋର ମଧ୍ୟରେ ପ୍ରେମଯେ
ଲୁଚି ଳୁଚି ଆସେ
ପ୍ରକୃତି ପ୍ରେମୀ ହୋଇଯାଏ ମୁଁ
ସେହିଦିନ ଭାବି ବସେ........ll