Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Abstract

4  

Durjyodhan Barik

Abstract

ଘରେ ଘରେ ତ୍ରିରଙ୍ଗା

ଘରେ ଘରେ ତ୍ରିରଙ୍ଗା

1 min
304



ଘରେ ଘରେ ଆଜି ତ୍ରିରଙ୍ଗା ଉଡୁଛି

ନିଆରା ଏ ଅନୁଭବ ,

 ଭାରତେ ପାଳନ୍ତି  ହୀରକ ଜୟନ୍ତୀ

ଏ ଅମୃତ ମହୋତ୍ସବ ।


ପ୍ରତି ଘରେ ଦେଖ ଜାତୀୟ ପତାକା

ଉଡୁଅଛି ଫରଫର ,

ଶୌର୍ଯ୍ୟ ବୀର୍ଯ୍ୟ ଧୈର୍ଯ୍ୟ ଭାରତର କାର୍ଯ୍ୟ

ଦେଖେ ବିଶ୍ଵ ଦରବାର ।


ନାରଙ୍ଗୀ ଗାଉଛି  ବିରତ୍ଵର ଗାଥା

ଶ୍ଵେତ ଦିଏ ଶାନ୍ତି ବାର୍ତ୍ତା,

ସବୁଜ ଦେଶର  ଭାତୃତ୍ଵ ପ୍ରକଟେ

ଚକ୍ର ପ୍ରଗତିର କଥା ।


ବିବିଧତା ମଧ୍ଯେ  ଏକତା ଆମର

ବଢାଇବା ଭାଇଚାରା,

ଏ ଦେଶ ସଂସ୍କୃତି  ବିଶ୍ଵେ ପ୍ରଶଂସିତ

ଅଟଇ ବଡ ନିଆରା ।


ଜାଗ୍ରତ ପ୍ରହରୀ  ସୀମା ଜଗିଛନ୍ତି

ଦେଶକୁ ସୁରକ୍ଷା ଦେଇ,

ବିଦେଶୀ ଶତୃକୁ  ବିତାଡିତ କରି

ତ୍ରିରଙ୍ଗା ଦ୍ଯନ୍ତି ଉଡେଇ ।


ମହାକାଶ ଭେଦି  ଚନ୍ଦ୍ର, ମଙ୍ଗଳକୁ

ତା ଯାନ ଜାଉଛି ଊଡି,

ଆଗେଇ ଜାଲିଛି  ପ୍ରଗତିର ପଥେ

ପିଛେ ଦେଖେ ନାହିଁ ମୋଡି ।


ବିଶ୍ଵ ଗୁରୁ ସାଜି  ଆଗକୁ ଚାଲିଛି

ସଭିଙ୍କୁ ଦେଖାଇ ପଥ,

ନରହିବ ଆଉ  ଜାତି ଧର୍ମ ଭେଦ

ସର୍ବେ ହେବେ ଏକତ୍ରିତ  ।


Rate this content
Log in

Similar oriya poem from Abstract