STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭଲପାଏ ମୁହିଁ

ଭଲପାଏ ମୁହିଁ

1 min
351

ଭଲପାଏ ମୁହିଁ           ଶ୍ରଦ୍ଧା ଜଗନ୍ନାଥେ

         ଭଲପାଏ ମାତୃଭାଷା,

ରାଷ୍ଟ୍ରର ଗୌରବ           ଭଲପାଏ ମୁହିଁ

         ଭଲପାଏ ରାଷ୍ଟ୍ରଭାଷା।


ଭଲପାଏ ଅତି           ସେବା ଜନତାଙ୍କ

         ସମର୍ପଣ ନିରନ୍ତରେ

ସମଭାବ ମନ୍ତ୍ର            କରିଛି କର୍ତ୍ତବ୍ୟ

        ଜନତାଙ୍କ କଲ୍ୟାଣରେ।


ସେବା ପିତୃମାତୃ           ଭଲପାଏ ମୁହିଁ

        କର୍ତ୍ତବ୍ୟ ହିଁ ମୋର ତହିଁ,

ଭଲପାଏ ମୁହିଁ           ସେବା ଗୁରୁଜନେ 

        ରଖିଛି କର୍ତ୍ତବ୍ୟେ ଯହିଁ।


ଭଲ ମୁଁ ପାଏରେ            ଗପସପ ତହିଁ

         ଧର୍ମକର୍ମେ ଗପସପ,

ଆତ୍ମନିର୍ଭର ଟି            କିପରି ହୋଇବା

          ହୁଏଯହିଁ ଗପସପ।


ଗାଆଁଟି ମୋହର          ଲାଗେ ଅତି ଭଲ

        ଭଲ ଲାଗେ ମୋର ନଈ,

ରାଧାକୃଷ୍ଣଙ୍କର            ମନ୍ଦିର ଗାଆଁରେ

        ମୋହୁ ଥାଏ ମନ ଭାଇ।


ନଈ ପାଶେ ଅଛି           ଶିବଙ୍କ ମନ୍ଦିର

         ଗୁଞ୍ଜୁ ଥାଏ ଶିବ ଧ୍ବନି,

ନମଃଶିବାୟର           ରାବ୍ ଗୁଞ୍ଜୁ ଥାଏ

          ଭଲପାଏ ଶିବ ଧ୍ବନି।


ଭଲପାଏ ମୁହିଁ           ଭାରତ ସଂସ୍କୃତି

          କବିତାରେ ରଚୁଥାଏ, 

ସତ୍ୟ କହିବାକୁ          ଭୟ କରେ ନାହିଁ

         ନିର୍ଭୀକରେ ଠିଆଥାଏ।


ଅହିଂସା ମନ୍ତ୍ରକୁ           ଭଲପାଏ ମୁହିଁ

       କରେ ନାହିଁ ହିଂସା କାହିଁ,

ଭକ୍ତି ପ୍ରେମ ଶ୍ରଦ୍ଧା          ରଖିଛି ପଥରେ

        ସବୁତ କର୍ତ୍ତବ୍ୟେ ମୁହିଁ।


ଗର୍ବ କରେ ମୁହିଁ          ଭଲ ଭି ପାଏରେ

         ଆମ ଧର୍ମ ସନାତନ,

ଦିଏ ସନାତନ          ଶାନ୍ତି ପ୍ରୀତି ବିଶ୍ବେ

        ଅହିଂସାର ମନ୍ତ୍ରଜ୍ଞାନ।

        

ଭଲପାଏ ମୁହିଁ           ଅତିଥି ସତ୍କାର

       କର୍ତ୍ତବ୍ୟ ମନୁଷ୍ୟେ ଯହିଁ,

ହେଉ ଅଙ୍କୁରିତ         ମନୁଷ୍ୟ କର୍ତ୍ତବ୍ୟେ

        ପାଉ ଥିବି ଭଲ ମୁହିଁ।


ରହୁ ସତ୍ୟପଥ         ଜୀବନ ଯାତ୍ରାରେ

        ରହୁ ଅହିଂସାର ଜ୍ଞାନ,

ସେବାଭାବ ରହୁ        କର୍ତ୍ତବ୍ୟରେ ମୋର

        ରାଷ୍ଟ୍ରସେବା ରହୁଜ୍ଞାନ।


ଭଲପାଏ ମୁହିଁ          କବିତା ରଚନ

        ଜଗାଙ୍କ ଭକ୍ତି କବିତା,

ଭୋଜେ ଜଗନ୍ନାଥେ       ଶ୍ରଦ୍ଧା ପ୍ରେମଦେଇ

        ସେହୁତ ହୁଏ କବିତା।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract