STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସମର୍ପିତା ସୌଭାଗିନୀ

ସମର୍ପିତା ସୌଭାଗିନୀ

1 min
260


କର୍ତ୍ତବ୍ୟେ ଭୂଷିତ ଜ୍ଞାନରେ ସଜ୍ଜିତ ନାରୀ ସେହୁ ପତିବ୍ରତା,

ଗୃହ ଜନେ ଯାର ସମଭାବ ମନ୍ତ୍ର

ସୌଭାଗିନୀ ସମର୍ପିତା।


ଶାଶୁ ଶଶୁରଙ୍କୁ ଭକ୍ତି ନିରନ୍ତର କରେ ସେ ତାଙ୍କ ଆଦର,

ତାଙ୍କ ଆଜ୍ଞା ବିନୁ କରେ ନାହିଁ କାର୍ଯ୍ୟ

କର୍ତ୍ତବ୍ୟ ବୁଝେ ତାହାର।


ମୃଦୁ ଭାଷୀନୀ ସେ ମୋହୁ ଥାଏ ମନ ସମାଜେ ତାର ଆଦର,

ତାର ବଚନକୁ ମହତ୍ତ୍ଵ ଦିଆନ୍ତି 

ସେବାରେ ଆଗେ ତତ୍ପର।


ପତିର ବଚନ ବ୍ରହ୍ମମନ୍ତ୍ର ତାର ପାଳନ କରେ ଖୁସିରେ,

ପତି ସେବା କରେ ତାଙ୍କ ମନ ଜାଣି

ଭକ୍ତି ପ୍ରେମ କର୍ତ୍ତବ୍ୟରେ।


ସୌଭାଗିନୀ ଏହୁ ସମର୍ପିତା ନାରୀ କର୍ତ୍ତବ୍ୟେ ଭୂଷିତ ଜ୍ଞାନ,

ଅଙ୍କୁରାରୋପଣ କରେ ସମାଜରେ

ପତିବ୍ରତା ନାରୀ ଜ୍ଞାନ।


ଏହୁନାରୀ ପରା ଗୃହେ ଗୃହଲକ୍ଷ୍ମୀ ଶକ୍ତିରୂପା ନାରୀଏହୁ,

ଜ୍ଞାନ ଓ ବିଜ୍ଞାନେ ଆଗୁଆ ଏ ନାରୀ

ଆଗ ରାଷ୍ଟ୍ର କାର୍ଯ୍ୟେ ଏହୁ।


ଶତ୍ରୁପାଇଁ ପରା ଶକ୍ତିରୂପା ଏହୁ ମିତ୍ର ପାଇଁ ଅର୍ଣ୍ଣପୂର୍ଣ୍ଣା,

ବସୁମତୀ ପରି ସହିବାର ଶକ୍ତି

ଗୃହେ ଏହୁ ଲକ୍ଷ୍ମୀପୂର୍ଣ୍ଣ।


ପତିବ୍ରତା ନାରୀ ସତୀ ସେ ସାବିତ୍ରୀ ଗୁଞ୍ଜୁଅଛି ଧରାଧାମେ,

ମୃତ୍ୟୁ ମୁଖୁ ସତୀ ଆଣିଲେଟି ପତି

ଗୁଞ୍ଜେ ସୌଭାଗିନୀ ଧର୍ମେ।


ରାଷ୍ଟ୍ରର ନିର୍ମାଣେ ଯୋଗଦାନତାର ଗୃହସଙ୍ଗେରାଷ୍ଟ୍ରକାର୍ଯ୍ୟେ,

ଶକ୍ତିବଳେ ନାରୀ ରାଷ୍ଟ୍ରେ ରାଷ୍ଟ୍ରପତି

ନାରୀ କେତେ ରାଷ୍ଟ୍ରେ କାର୍ଯ୍ୟେ।


ମହିମା ଆପାର ନାରୀପରା ମାତା ପତ୍ନୀରୂପେ ପରା ନାରୀ,

ପୁତ୍ରୀ ରୂପେ ତାର ହୁଏରେ ଆଦର,

ଜେଜେମା ରୂପାଟି ନାରୀ।


ସମର୍ପିତା ନାରୀ ସମାଜ ନିର୍ମାଣେ ସୌଭାଗିନୀ ପରା ନାରୀ,

ଭକ୍ତିର ଶ୍ରଦ୍ଧାର ନାରୀ ରୂପ ପରା

ଶକ୍ତି ରୂପା ପରା ନାରୀ।


ତାଙ୍କର ସମ୍ମାନ ରାଷ୍ଟ୍ରର ସମ୍ମାନ କର୍ତ୍ତବ୍ୟ ଆମର ରହୁ,

ଲକ୍ଷ୍ମୀପୂର୍ଣ୍ଣ ହେବ ପବିତ୍ର ଭାରତ

ତାଙ୍କର ଆଦର ରହୁ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract