ବର୍ଷିତ କ୍ଳେଶିତ
ବର୍ଷିତ କ୍ଳେଶିତ
ଅତି ବର୍ଷା ସ୍ବପ୍ନ ସବୁ ଧୋଇ ଧାଇ ନିଏ
ଆଶାର ମୀନାରଟିକୁ ଦୋହଲାଇ ଦିଏ ।
ଟିପି ଟିପି, ଝିପି ଝିପି ଠିକ୍ ଥିଲା ସବୁ
ବୁଡି ବୁଡାଇଲା ସ୍ବପ୍ନ, ମୁଁ ଯେ ଉବୁଟୁବୁ।
ଯେତେ ଉଠେ ସେତେ ପଡେ ଧାନ କେଣ୍ଡା ପରି
ସ୍ବପ୍ନର ଫସଲ ଯେତେ ଗଲା ବାଲିଚରି ।
ଘଡଘଡି ବିଜୁଳି ଓ ସୁଅର ଅତଡା
ମନ,ମୁନ, ଚଇତନ ମୁହଁରେ ତୋବଡା।
ସ୍ବପ୍ନର ଉଧାରୀ ଠାରୁ କଳନ୍ତର ବଳି
ଆଗକୁ କଅଣ ହେବ ପାରୁନି ମୁଁ କଳି ।
ସବସିଡି ପ୍ରେମ ଯେତେ ସପନେ ଆସିବ
ତା'କୁ ନେଇ କିବା ପେଟପାଟଣା ଭରିବ।
ଭଲ ହେବ ସ୍ବପ୍ନ ସହ ମନ ଯାଉ ଭାସି
ଝରକା ସେକଡୁ ତୁମେ ଦେଉଥିବ ହସି ।