STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ସଂକଳ୍ପ

ସଂକଳ୍ପ

1 min
11.8K


ହାତରେ ମିଶାଇ ହାତ

ଚାଲିବାକୁ ହେବ ପଥ

ମନରେ ନେଇ ସଙ୍କଳ୍ପ

ଗଢି ତୋଳିବା ପ୍ରକଳ୍ପ।

କରିବା ନୂଆ ଯୋଜନା

ଆଣିବା ନୂଆ ଭାବନା

ସେଇ ସଂକଳ୍ପ ପଥରେ

ବଢି ଚାଲିବା ସାଥିରେ।

ମନକୁ କରିବା ଟାଣ

କଷିନେବା ଏଇ ପଣ

ଯୋଜନା ସଫଳ ହେବ

କର୍ମ ନିଶ୍ଚେ ଫଳ ଦେବ।

ଆସୁ ଯେତେ ବାଧାବିଘ୍ନ

ଆମେ ଥିବା ଯେତେଦିନ

ମିଳିମିଶି କଲେ କାମ

ବିଧି ନ ହୋଇବ ବାମ।

ହାତ ପରେ ରଖି ହାତ

ନେବାରେ ଦୃଢ ଶପଥ

ଗୋଟିଏ ଲକ୍ଷରେ ମନ

କାର୍ଯ୍ୟ ନିଶ୍ଚୟ ସମ୍ପନ୍ନ।

କର୍ମ ପଥେ ଯେତେ ବାଧା

ମନରେ ଯେତେ ଦ୍ବିବିଧା

ସବୁ ହୋଇଯିବ ଦୂର

ସାଥି ହୁଅ ଏକାକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract