STORYMIRROR

Sudhir Kumar Panda

Abstract

4  

Sudhir Kumar Panda

Abstract

ଧୂଆଁ

ଧୂଆଁ

1 min
23.7K


ଧୂମପାନେ ଧୂୂଆଁ କରି ଉଡାଅ ସପନ

ସେ ଆନନ୍ଦ ଦିନେ ଛଡାଇ ନେେେ ଜୀବନ

ସିଗାରେଟ ନିଆଁଁ ଯେହ୍ନେ ଜଳି ଜଳି ଯାଏ

ଅଜାଣତେ ଜୀବନକୁ ପୋଡି ପୋଡି ଯାଏ।

ଅଜାଣତେ ହୋଇଥାଏ ଏ ଯେଉଁ ଅଭ୍ୟାସ

ଛାତିତଳେ ଭରିଦିଏ ନିକୋଟିନ୍ ବିଷ।

ସେ ବିଷରେ ଧୀରେ ଧୀରେ ବିଷର୍ଣ୍ଣ ଶରୀର

ଜାଳିପୋଡି ସାରିଦିଏ ସେ ସୁଖ ସଂସାର।

ଆରମ୍ଭେ ଆରମ୍ଭେ ଯେତେ ଲାଗିଥାଏ ମଜା

ସମୟ ଆସିଲେ ତାର ବାହାରଇ ମଜା।

ଭିନ୍ନ ଭିନ୍ନ ଦୂରାରୋଗ୍ୟ ରୋଗ ବସେ ମାଡି

ଏତେ ସହଜରେ ଆଉ ଯାଏନାହିଁ ଛାଡି।

ବେଳ ଥାଉଁ ଥାଉଁ ତ୍ୟାଗ କଲେ ଧୂମପାନ

ସୁଖ ଶାନ୍ତି ଲଭି ଜନ ପାଇବେ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract