STORYMIRROR

Ranjita Das

Abstract Others

4  

Ranjita Das

Abstract Others

ଗାଁ ମାଟିର ମହକ

ଗାଁ ମାଟିର ମହକ

1 min
290

ଗାଁରେ ନାହିଁ ସେ ପୁରୁଣା ମାଟିର ମହକ ,

କି ନାହିଁ କାହାର ଆଉ ପୋଖରୀ ତୁଠରେ

ଗାଧେଇବାର ସଉକ ||

ଗାଉଁଲି ଝିଅ ଆଜି ପିନ୍ଧୁନି ଅଳତା,

କି ଭୁଆସୁଣୀ ହାତେ ଓଢଣା ଟାଣି

ଜାଳୁନି ସଞ୍ଜ ସଳିତା ||


ଗାଁରେ ଦିଶେ ଖାଲି ମାଳ ମାଳ କଂକ୍ରିଟ ରାସ୍ତା ,

କାଦୁଅର ରାସ୍ତା ଆଜି ହରେଇଛି ଆସ୍ଥା ||


ପୁରୁଣା ମହକ ଗଲାଣି କେଉଁ କାଳରୁ ଝଡି ,

ଗାଁ ପୁଅ ଆଜି ଖେଳୁନି ବାଗୁଡ଼ି ||

ଦାଦନ ଖଟିବାକୁ ପର ରାଇଜକୁ ଯାଇ 

ନିଜ ରାଇଜ କଥା ମୋଟରୁ ମନେ ନ ପଡଇ ||


Rate this content
Log in

Similar oriya poem from Abstract