STORYMIRROR

Ranjita Das

Abstract

2  

Ranjita Das

Abstract

ଭୋକ

ଭୋକ

1 min
332

ମାନେନା ସେ କିଛି,

ନିରୀହ ନିଷ୍ପାପ ଶିଶୁ କ'ଣ ବା ବୁଝିବ 

ଜୀବନର ଦାଉ ଆଉ ସଂଘର୍ଷ ବିଷୟରେ

ତାକୁ ଭୋକ ହେଲେ ଦରକାର ଖାଦ୍ୟ,

ଆଉ ଶୋଷ ହେଲେ ବୁନ୍ଦାଏ ପାଣି

ସେ କାଇଁ ବୁଝିବ ଜୀବନ ସଂଘର୍ଷର କାହାଣୀ 

ସେ କାଇଁ ସହିବ ଦୁଃଖ କଷ୍ଟ ଆଉ ଯନ୍ତ୍ରଣା


ସିଏ ଯେବେ କରେ ଖାଇବାକୁ ଜିଦି,

ମା' ତାର କହେ ସମ୍ଭାଳି ଯା ଆଉ ସମୟ କିଛି

ନିରୀହ ଆତ୍ମା ସେ ଖାଇବାକୁ ଆକୁଳ, 

ଭୋକରେ ଆଉଟୁ ପାଉଟୁ ସେ ହେଉଛି ବିକଳ

ଭୋକରେ-ଭୋକରେ କେତେ ରାତି ଯେ କଟିଛି,

ସେ ସବୁର ଠିକଣା ଆଉ କିଏ ବା' ରଖୁଛି

ଏମିତି ଘଟୁଛି ଆମରି ସଂସାରେ, 

କିଏ ଖାଇବାକୁ ପାଏ ଆଉ କିଏ ଖାଦ୍ୟକୁ ଫୋଫାଡେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract