ଭୋକ
ଭୋକ
ମାନେନା ସେ କିଛି,
ନିରୀହ ନିଷ୍ପାପ ଶିଶୁ କ'ଣ ବା ବୁଝିବ
ଜୀବନର ଦାଉ ଆଉ ସଂଘର୍ଷ ବିଷୟରେ
ତାକୁ ଭୋକ ହେଲେ ଦରକାର ଖାଦ୍ୟ,
ଆଉ ଶୋଷ ହେଲେ ବୁନ୍ଦାଏ ପାଣି
ସେ କାଇଁ ବୁଝିବ ଜୀବନ ସଂଘର୍ଷର କାହାଣୀ
ସେ କାଇଁ ସହିବ ଦୁଃଖ କଷ୍ଟ ଆଉ ଯନ୍ତ୍ରଣା
ସିଏ ଯେବେ କରେ ଖାଇବାକୁ ଜିଦି,
ମା' ତାର କହେ ସମ୍ଭାଳି ଯା ଆଉ ସମୟ କିଛି
ନିରୀହ ଆତ୍ମା ସେ ଖାଇବାକୁ ଆକୁଳ,
ଭୋକରେ ଆଉଟୁ ପାଉଟୁ ସେ ହେଉଛି ବିକଳ
ଭୋକରେ-ଭୋକରେ କେତେ ରାତି ଯେ କଟିଛି,
ସେ ସବୁର ଠିକଣା ଆଉ କିଏ ବା' ରଖୁଛି
ଏମିତି ଘଟୁଛି ଆମରି ସଂସାରେ,
କିଏ ଖାଇବାକୁ ପାଏ ଆଉ କିଏ ଖାଦ୍ୟକୁ ଫୋଫାଡେ