STORYMIRROR

Ranjita Das

Others

4  

Ranjita Das

Others

ଏକ ଝିଅର ସଂଘର୍ଷ

ଏକ ଝିଅର ସଂଘର୍ଷ

1 min
359

ସେ ଆଜି ବଡ ହେଇଯାଇଛି,. 

ତଥାପି ସେ ଡରେ ଏଇ ସମାଜକୁ 

ଏଇ ସମାଜରେ ରହୁଥିବା କିଛି ହିଂସ୍ର ପଶୁଙ୍କୁ,

ଯେପରି ତା ରୂପ, ଯୌବନ, ଢଙ୍ଗ ଓ ସଜ ବାଜ 

ସବୁ ତାର ଭୁଲ …ସମାଜ ଆଗେଇଲା, 

ଲୋକ ଆଗେଇଲେ, କିନ୍ତୁ ସମାଜ କିଛି ହିଂସ୍ର 

ମାନଂକର ପ୍ରକୃତିକୁ ପରିବର୍ତ୍ତନ କରିପାରିଲାନି...

ସେଇ ମାନଙ୍କ ଶିକାରରେ ଲିଭିଯାଏ 

ତାର ମୁହଁର ଖିଲି ଖିଲି ହସ, 

ଭାଙ୍ଗିଯାଏ ଅସୁମାରୀ ସ୍ୱପ୍ନ, 

ପୁଣି କେବେ କେଉଁଠି ହଜିଯାଏ ତା ପରିଚୟ 

ଏବଂ ସେ ଏଇ ଦୁନିଆରୁ ଆଖି ବୁଝିଦିଏ.. 

ଭୟର ବସା ଆଉ ହିଂସ୍ରର ଆଖି ଆଗରେ ସବୁ ଯେମିତି 

ଭାଙ୍ଗି ଚୁରମାର ହୋଇଯାଏ,

ପଚାର ଥରେ ତାକୁ 

ଶୂନଶାନ ରାସ୍ତାରେ ଏକୁଟିଆ ଯିବାର ଭୟ, 

ଟ୍ରେନରେ ଏକୁଟିଆ ଯାତ୍ରା କରିବାର ଭୟ, 

ଗୋଟିଏ ବାଟର ଏକୁଟିଆ ବାଟୋଇ ହେବାର ଭୟ, 

ପୁଣି ବେଶି ରାତିରେ ଘରକୁ ନ ଫେରିବାର ଭୟ, 

ଆଦି ଇତ୍ୟାଦି..... 🤐  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍