ପଞ୍ଚକ - ପାଞ୍ଚଦିନ
ପଞ୍ଚକ - ପାଞ୍ଚଦିନ
1 min
261
ପଞ୍ଚକର ପାଞ୍ଚଦିନ
ମୂରୁଜ ଝୋଟି ଚିତାର ଅଙ୍କନ
ମାସଯାକ ହବିଷ୍ୟାଳିଙ୍କ ରୀତିନୀତି
ସେ କରାଏ ଚଉଦିଗକୁ ରଙ୍ଗୀନ ।
ଚଉଁରା ହୁଏ ସଜେଇ
ବିଭିନ୍ନ ରଙ୍ଗ ମୁରୁଜରେ ଦିଏ
ନିଜକୁ ହଜେଇ,
ସମ୍ପର୍କର ନୂଆ ଡୋରୀ ଏକ ବାନ୍ଧି
ସମସ୍ତଙ୍କୁ ଦିଏ ଭିଜେଇ ।
ପଞ୍ଚକ ଓ ମୂରୁଜର ସାଥି
ସେ କାଳ କାଳର ଚୋରା ପୀରତି
ନାଲି ନେଳି ହଳଦିଆ ଗୋଲାପି
ସଂପର୍କକୁ କରେ ଆହୁରି ରଙ୍ଗୀନ ।