STORYMIRROR

Ranjita Das

Abstract

3  

Ranjita Das

Abstract

ହେ ଜୀବନ!

ହେ ଜୀବନ!

1 min
365

ହେ ଜୀବନ ନାହିଁ ମୋର ଆଉ କିଛି ଅଭିମାନ

ଅଭ୍ୟସଗ୍ରସ୍ତ ହୋଇଗଲାଣି ଏଇ ତନୁ ମନ

ସୁଖ ଦେଲେ ବି ରଖିବି ସାଇତି,

ଦୁଃଖକୁ ମଧ୍ୟ ନେବି ମୁଁ ସାଉଁଟି

ସବୁକୁ ମୁଁ କରିନେଇଛି ସ୍ୱୀକାର, 

କିଛି ଅବଶୋଷ ନାହିଁ ଯେତେ କରିଲେ ବି ଧିକାର


ସୁଖର ମୁକ୍ତାକୁ ଖୋଜିଲା ବେଳେ, 

ଦୁଃଖର ଜୁଆର ଆଜି ବାଟକୁ ଓଗାଳେ

ନାହିଁ ମୁଁ ନାରାଜ କି ନାହିଁ ମୋର କିଛି ଅଭିମାନ

କରିଲେ କରୁଥାଉ ଥଟ୍ଟା ପରିହାସ ଏଇ ଜୀବନ

ରାଜି ମୁଁ ପାଳିବାକୁ ମୋ କପାଳର ଲିଖନ,

ହେ ଜୀବନ ନାହିଁ ମୋର କିଛି ଅଭିମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract