STORYMIRROR

Jagannath Das

Abstract

4  

Jagannath Das

Abstract

ବୟସର ଆୟୁଷ

ବୟସର ଆୟୁଷ

1 min
238


ଏ ଯେଉଁ ସତ୍ୟ ଯାଉଛି ଗାଇ

କିଏ ତାକୁ ରୋକି ପାରିବ ଯାଇ

ମଣିଷ ବୟସ ଶହେ କୋଡିଏ

ଷାଠିଏ ବର୍ଷ ଖାଲି ରାତିରେ ଶୁଏ

ଆଉ ଅଧା ଦିନ ଯାହା ରହିଲା

ଛୁଆ ଟୋକା ବୁଢା -କାଳ କଟିଲା

ଅନୁଭୂତି ଥିଲେ ଜାଣି ପାରଇ

ଜଡ଼ ବୁଦ୍ଧି ରେ ପାରଇ ନାହିଁ

ଜୀବନ ମାତ୍ର କେତେଦିନର

ଜାଣିପାରିବ ହେଜ,ରଖମନର

ଭାବନି ଚାଲିଛି ଉଆଁସ ରାତି

ପଡିବ ନିଶ୍ଚେ କଷଣ -ସାତୀ

ଛୁଆ ଟୋକା ବେଳ ଗଲା 50

ବୁଢା ବେଳ ମାତ୍ର ରହିଲା 10

ବିଧି ଇଛା ସିଦ୍ଧି ନିଶ୍ଚେ ଘଟିବ

ହରି ନାମ କଣ ଜପି ପାରିବ

ହାତ ଗୋଡ଼ ଚାଲୁ ଥିଲେରେ ବାୟା

ଲୋଭ ଛାଡେନାହିଁ ଛାଡେନି ମାୟା

ସେଥିରୁ 5ବର୍ଷ ଲୋଭେ ମାତିବ

ଧନ ରତ୍ନ ସବୁ ଜାବୁଡି ଥିବ

ଆଉ 5ବର୍ଷ ଯାହା ରହିବ

ସବୁ ଯାକ ରୋଗ ଶୋକ ରେ ଯିବ

ଏତେ ଦୁଃଖ ଦଶା କପାଳେ ଅଛି

ନୀତି ମନେ ଏହା ଭାବୁଣ ଥିବ

ପିଲା ବେଳ ଚାଲିଗଲା କୋଡିଏ

ଯୌବନ ମାତିଲା ଯୁବ ବେଳ ଏ

ପିଲା ବୁଢା ବେଳ ମିଶାଇ ଦିଅ

40ବର୍ଷ ନେଲା ସମୟ ସୁଅ

ଜବନେ ରହିଲା ଯେଉଁ କୋଡିଏ

ହରି ପାଖେ ରଖ ମନ ଭିଡ଼ିଏ

ଏହି 20ବରଷ ଭଜ ହରଷେ

ନ ଭଜିଲେ ହରି, ବୃଥା ଜୀବନ,

ଏ ବୟସେ ଦେହେ ବୃନ୍ଦାବନେ ଅଛନ୍ତି ହରି

ବୟସ ଦେଇ ଦେଖେ କର୍ମ ତୋହରି

ଜୀବନର ମାନେ କିଛିହିଁ ନାହିଁ

ଏବେଠୁ ଭଜ ମନ,ନାମରେ ତୁହି

ମିଥ୍ୟା ଗର୍ବ ସବୁ ଦିଅ ଉଡେଇ

ମାନ ଅଭମାନ ସବୁହିଁ ବୃଥା

ହରିନାମ ଭଜି ସବୁ କରୁଥା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract