STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଦସ୍ତଖତ

ଦସ୍ତଖତ

1 min
323

ଶୁଣରେ ବାଳକେ ମନ ଧ୍ୟାନ ଦେଇ ଦସ୍ତଖତ ମୂଲ୍ୟ କେତେ,

ପଢିଣ କରିବୁ ଦସ୍ତଖତ ବାବୁ

କର୍ତ୍ତବ୍ୟ ରଖିବୁ ନିତ୍ୟେ।


କରିବୁ ଗ୍ରହଣ କହୁ ଅଛି ଯାହା ରଖି ଥିବୁ ମନେ ନିତ୍ୟେ,ରଖି ଥିବୁ ଧ୍ୟାନେ ଗୁରୁଙ୍କ ବଚନ

କର୍ତ୍ତବ୍ୟ ପଥରେ ନିତ୍ୟେ।


ନବୁଝି କରିଲେ ଦସ୍ତଖତ ବାବୁ ବିପଦେ ପଡ଼ିବୁ ନିଶ୍ଚେ 

ସତେଜ ରହିବୁ ପଢିବୁ ଧ୍ୟାନରେ

ରଖିବୁ ଟି ଜ୍ଞାନ ନିଶ୍ଚେ।


ଗୁରୁର ବଚନ ଗୁରୁତ୍ୱ ଦେବୁରେ କର୍ତ୍ତବ୍ୟ ଅଟେ ତହର,

ଚାପି ରଖି ଥିବୁ ହୃଦୟ କୋଣରେ

ଗୁରୁ ବଚନଟି ତୋର।


ଦସ୍ତଖତ ତୋର ମତାମତ ବାବୁ କରୁଅଛୁ ସମର୍ଥନ,

ପଢି ନକରିଲେ ଦସ୍ତଖତ ତହିଁ

ଦେଖିବୁ ବିପଦ ଦିନ।


ଦୁନିଆ ବିଚିତ୍ର ସ୍ବାର୍ଥରେ ନିହିତ ଭରସା ନାହିଁ କାହାରେ

ଆସିବେରେ ପାଖେ ଦସ୍ତଖତ ପାଇଁ

ଧ୍ୟାନରେ ପଢିବୁ ତାରେ।


ନ୍ୟାୟର ପାଇଁରେ ଲେଖାଟି ତାହାର ହେବୁନ୍ୟାୟ ପକ୍ଷେଠିଆ

ଦସ୍ତଖତ ବାବୁ କରିବୁ ଆଦରେ,

ଧର୍ମ ପକ୍ଷେ ହେବୁ ଠିଆ।


ଗୁରୁଙ୍କ ବଚନ ପାଳିବୁ ଆଦରେ ଦସ୍ତଖତ ଶିକ୍ଷା ପରା,

ସାରା ଜୀବନରେ ମନେ ରଖିଥିବୁ

ବଚନ ଗୁରୁର ପରା।


ଅନ୍ୟାୟ ପକ୍ଷରେ ନହେବୁରେ ଠିଆ ନକରିବୁ ଦସ୍ତଖତ,

ମନା କରି ଦେବୁ ପଢିଣ ଆଦରେ

ନକରିବୁ ଦସ୍ତଖତ।


ପାଳନ କରିବୁ ଗୁରୁଙ୍କ ବଚନ ହେବୁ ଠିଆ ରାଷ୍ଟ୍ର ହୀତେ,

ରାଷ୍ଟ୍ର ଭଲ କାର୍ଯ୍ୟେ ଦେବୁ ସମର୍ଥନ

ଦସ୍ତଖତ ଜନହୀତେ।


ପରା ଚାଟଶାଳା ବିଦ୍ୟାର ମନ୍ଦିର ଗୁରୁବାକ୍ୟ ବ୍ରହ୍ମଜ୍ଞାନ,

ଲେପିବୁ ଏହାକୁ ବଦନେ ତହର

ଅଟେଏହୁ ଗୀତଜ୍ଞାନ।


ରାଷ୍ଟ୍ରର ଗୌରବେ ଖୁସି ହେଉ ଥିବୁ ଦେବୁ ସମର୍ଥନ ତାରେ,

ମାତୃଭୂମି ଆଉ ମାତୃଭାଷା ପାଇଁ

ଥିବ ପ୍ରେମ ନିରନ୍ତରେ।


ସୁନାମ ପାଇବୁ ଆଦର ପାଇବୁ ହେବୁ ରାଷ୍ଟ୍ରବାଦୀ ତୁହି,

ମନୁଷ୍ୟ ଜୀବନ ସାର୍ଥକ କରିବୁ

ଭକ୍ତି ନିତ୍ୟେ ଭାବଗ୍ରାହୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract