STORYMIRROR

Prahallad Sahoo

Abstract Inspirational

4  

Prahallad Sahoo

Abstract Inspirational

ସପନର ଶେଷ (ବକ୍ତବ୍ୟ)

ସପନର ଶେଷ (ବକ୍ତବ୍ୟ)

1 min
278

ସେପାଖେ ମହ ମହ ବାସ୍ନାୟିତ ଲୋଡା ନାହିଁ ସେ ରାଜଭୋଗ

ଏପାଖେ ବାସିପଖାଳରେ ଭୋକ ମେଣ୍ଟେ ଦେଖି କଳାଶ୍ରୀମୁଖ।

ସେପାଖେ ସରଗ ସୁଖ ନହେଉ ମୋ ଜୀବନର ମୂଳ ଲକ୍ଷ୍ଯ

ଏପାଖେ ନରକ ଯନ୍ତ୍ରଣାରୁ ମୁକ୍ତି ହେଉ ଏ ଜୀବନର କର୍ତ୍ତବ୍ଯ।

ସେପାଖେ ରମ୍ଭା, ଉର୍ବଶୀ, ମେନକା କି ଲାଭ ଚିନ୍ତି ତାଙ୍କ ମୁଖ

ଏପାଖେ ଅନନ୍ଯ ସୁନ୍ଦର ପ୍ରୀୟାର ଅଧା ଚାନ୍ଦ ଗୋଲାପି ଓଠ।

ସେପାଖେ ଥିଲେ ଥାଉ ଗଜ ଦନ୍ତ ପଲଙ୍କର ତୂଳୀତଳ୍ପ ସେଜ

ଏପାଖେ କାଠି ମସିଣାରେ ଏ ଶରୀର ଲଭେ ନୈସର୍ଗିକ ସୁଖ।

ସେପାଖେ ଥିଲେ ଥାଉ ପଛେ ଗୋଲାପ ଜଳର ସ୍ନାହାନ କକ୍ଷ

ଏପାଖେ ମୋ ଗାଁର ସାଳନ୍ଦି ଜଳ ଭଲ ଲାଗେ ତାଠୁଁ ଅଧିକ।

ସେପାଖେ ଥିଲେ ଅମାପ ଧନ ଦୌଲତ ନାହିଁ ମୋର ଅବଶୋଷ

ଏପାଖେ ଶବ ଦାହ ପାଇଁ ଲୋଡା ସଞ୍ଚିତ ଧନରୁ କିଛି ଅବଶେଷ।

ସେପାଖେ ଯଦି ମିଳେ ଶୋମରସ ମିଳିବନି ଏ ପ୍ରାଣକୁ ଉଛ୍ଛାସ

ଏପାଖେ ପ୍ରାଣ ଶୀତଳ କରଇ ଝରଣାର ସ୍ବଛ୍ଛ ସୁଶୀତଳ ଜଳ ।

ସେପାଖେ ଥିଲେ ଥାଉ କାଚର ତିଆରି ନଭଶ୍ଚୁମ୍ବୀ ଅଟ୍ଟାଳିକା

ଏପାଖେ ଝାଟିମାଟି କୁଡିଆ ବୈକୁଣ୍ଠ ପୁର ସମ ସବୁଠୁ ନିଆରା।

ସେପାଖେ ବାଜୁଛି ରଣ ଦୁନ୍ଦୁଭି ତ୍ରାହି ତ୍ରାହି ଶୁଭେ ଆର୍ତ୍ତନାଦ

ଏପାଖେ ଶୁଭୁଛି ଶାନ୍ତି, ପ୍ରୀତି, ମୈତ୍ରୀର ବୁକୁଭରା ଶଂଖନାଦ।

ସେପାଖେ ଗଣୁଛି ଯମରାଜ ଅନ୍ତିମ ମୂହୂର୍ତ୍ତର ବର୍ଷ,ମାସ,ଦିନ

ଏପାଖେ ହସୁଛି ଏ ପ୍ରାଣ କର୍ମ ଅବଳେ ପଡି ହୁଏ ହନ୍ତସନ୍ତ।

ସେପାଖେ କଣ ଯେ ହେବ କିଏ ବା ଜାଣିଛି କହି ପାରିବ

ଏପାଖେ ଉତ୍ତମ କର୍ମ କରିଣ ସଂଚୟ କର ଉଚିତ କର୍ମଫଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract