STORYMIRROR

Gitanjali Pujapanda

Abstract Classics Inspirational

3  

Gitanjali Pujapanda

Abstract Classics Inspirational

ଶିକ୍ଷା

ଶିକ୍ଷା

1 min
156


ଶିକ୍ଷା ସର୍ବସାଧାରଣଙ୍କର ଅଟେ ଅଧିକାର 

ଶିକ୍ଷା ବିନା ଜୀବନଟା ଘୋର ଅନ୍ଧକାର।

ଶିକ୍ଷା ଦ୍ୱାରା ଉନ୍ନତି ହୁଏ ସମାଜର 

ଶିକ୍ଷାର ଅଗ୍ନିରେ ଯେ ନିଜକୁ ଜଳାଏ

ଅଜ୍ଞାନ ତା' ଠାରୁ ଦୂରେଇ ଯାଏ।

ଶିକ୍ଷା ଏକ ଅସ୍ତ୍ର ସଦୃଶ ଯେ କରେ ମୁର୍ଖତାକୁ ନାଶ।

ଶିକ୍ଷା ଏକ ଅମୋଘ ଅସ୍ତ୍ର ଯାହା ଦ୍ୱାରା

ସମସ୍ତଙ୍କୁ କରିପାରିବ ତୁମେ ସହଜେ ପରାସ୍ତ।

ଶିକ୍ଷା ଯେ ମଣିଷ କୁ ଶିକ୍ଷାଏ ନୈତିକତା

ଶିକ୍ଷା ହିଁ ମଣିଷ ର ଅସ୍ତିତ୍ବ ର ନିର୍ମାତା।

ଶିକ୍ଷା ର ହାତ ଧରି ଚାଲିଲେ କଣ୍ଟକିତ

ପଥ ନିଜ ବୁଦ୍ଧି ବଳେ ହୁଏ କୁସୁମିତ ।

ଶିକ୍ଷା ର ସୂର୍ଯ୍ୟଲୋକରେ ମିଛ ଗର୍ଵ ଅହଂଙ୍କାର

ଅନ୍ଧ ବିଶ୍ୱାସର କୁହୁଡି ନାଶ ହୁଏ ଭଲେ ।

ହାତ ଧରି ଶିକ୍ଷା ର ମଣିଷ ପହଁଚିଛି ସାରିଛି ମହାକାଶ ରେ।

ଅସଂଖ୍ୟ ଦ୍ରବ୍ୟମାନ କେତେ କରିଛି ଉଦ୍ଭାବନ

ପାଦରେ ତାର ଯାଇଛି ଅଜାଡି ସୁଖ ଆଉ ସମ୍ମାନ।

ଯେବେ ହାତ ଧରିବ ଶିକ୍ଷା ର ତେବେ

 ତୁମେ ଏ ବିଶ୍ୱ କୁ କରିବ ଜୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract