STORYMIRROR

Dr Santosh Kumar Panda

Classics

3  

Dr Santosh Kumar Panda

Classics

"ଛନ୍ଦା ଚରଣେ ବନ୍ଧା ଏ ପରାଣ"

"ଛନ୍ଦା ଚରଣେ ବନ୍ଧା ଏ ପରାଣ"

1 min
151

କଳା କାହ୍ନୁରେ ମୋ ରଙ୍କରତନ

କାଳିଆ ସୁନା ମୋ ଜୀବନ ଧନ,

ଜଳ ବିନା ଯେହ୍ନେ ମୀନ ପରାଣ

ତୋ ବିନା କହ୍ନେଇ ମୋର ଜୀବନ।


ରୂପ କାନ୍ତି ଦେଖି ମନ ଉଚ୍ଛନ୍ନ

ଚାହେଁ କରିବାକୁ ତୋର ଦର୍ଶନ,

ମନ ହୃଦ ଖୋଜେ ଟିକେ ସ୍ପର୍ଶନ

ଛନ୍ଦା ଚରଣେ ବନ୍ଧା ଏ ପରାଣ।


ତୋ ବାଙ୍କ ଚାହାଣୀ ନିଏରେ କିଣି

ମନ ବାଆ ବହେ ଉଜାଣି ପୁଣି,

ରାଧା, ମୀରା ଯେ ହୁଅନ୍ତି ବାୟାଣୀ,

ହୃଦକୁ ଯାଉ ତୁ ସହଜେ ଜିଣି।


ତୋର ଶ୍ରୀ ପୟରେ ଗୁହାରି ଦୀନର

କରିବୁନି କେବେ ମୋତେ ତୁ ପର,

ନ ହେଲେ ହାରିବି ଜୀବନ ମୋର

ପାଦତଳେ ପ୍ରଭୁ ନତ ଏ ଶିର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics