STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ଆସ ସ୍ମୃତି

ଆସ ସ୍ମୃତି

1 min
168


ସ୍ମୃତି ତୁମେ ଜୀବନର ଅନ୍ତରଙ୍ଗ ସାଥୀ

ତୁମ ବିନା ସବୁ ଶୂନ୍ୟ ଅର୍ବାଚୀନ

ବିସ୍ମୃତି ମୁଁ ମୁଠାଏ ତ ମାଟି ।

ତୁମେ ସ୍ମୃତି ସବୁଜ ସପନ

ବାସ ତୁମ ଅଗରୁ ଚନ୍ଦନ

ଖାସ ତୁମରି ଲାଗି ତ ପ୍ରିୟା

ଭସ୍ମ ମୋର ଏଇ ଦେହ

ଶୁଭ ଓ ମଙ୍ଗଳମୟ

ବାସେ ମହମହ ,

ପିଇଯାଏ ହିତ ଭାବି ଅହରହ

ଜଗତରୁ ବିଷ ହଳାହଳ

ସାର୍ଥକ କରଇ ମୋର ନୀଳକଣ୍ଠ ନାମ ।

ଆସ ସ୍ମୃତି ସୁମଧୁର 

ଭାବନା କଳ୍ପନା,

ଉନ୍ମେଷିବା କିରଣରେ

ଜ୍ୟୋତିମୟ ରୂପ

ପ୍ରଜ୍ଜ୍ୱଳିବା ଜ୍ଞାନନେତ୍ର

ପ୍ରକଟିବା ସତ୍ୟର ସ୍ୱରୂପ ।

    


Rate this content
Log in

Similar oriya poem from Classics