STORYMIRROR

Monalisa Maharana

Classics

3  

Monalisa Maharana

Classics

ଦିଗନ୍ତର ଯାତ୍ରା ପଥେ ମୁଁ

ଦିଗନ୍ତର ଯାତ୍ରା ପଥେ ମୁଁ

1 min
161

ଦୀଗନ୍ତର ସେ ପଥ ଯାହାକୁ

ମୋ ଆଖି ଦେଖି ପାରେନା

ବୋଧେ ମୋ ମନରେ ସେ ଅତି ନିକଟରେ

ଅଛି ହେଲେ ଆଖି ଦେଖି ପାରେନା।


ନବ ବଧୂ ରୁପି ସନ୍ଧ୍ୟା ଆଗରେ

ଯେପରି ମଥା ପାତୀ ବସିଛି ଆଗାମୀ ଦିନର ପ୍ରଭା। 


ମନେ ମନେ ଗୁଞ୍ଜରିତ କରେ

ସେ ଶ୍ରାବଣ ଆଉ ଥରେ ଆସି ମୋ ଜନନୀର

ପଦ ସ୍ପର୍ଶ କରିବା ପାଇଁ। 


ଦୁଃଖର ପ୍ରତ୍ୟୟ ହେଉ କିମ୍ବା

ସୁଖର ପ୍ରୀତି ଆଖିରୁ ଝରି ପଡେ ଅଶ୍ରୁ 

ହେଲେ ଜନନୀର ଚରଣ

ସ୍ପର୍ଶ ପାଇଁ ସନ୍ତାନ ବହିଆସେ। 


ସେ ହେଉଛି ମା ଯିଏ ସର୍ବଦା

ସନ୍ତାନ ଠାରୁ ଆମକୁ ଦୂରରେ

ସର୍ବଦା ନିୟତିକୁ ପ୍ରାର୍ଥନା କରେ କି

କିପରି ତା ସନ୍ତାନ ଫେରି ଆସୁ

ତା ଶୂନ୍ୟ ହୋଇଥିବା କୋଳ କୁ।


ସର୍ବଦା ମାଟିରେ ବସି ରକ୍ତରେ ସେ ଲେଖେ

ଦିଗନ୍ତ ଯାତ୍ରାର କଠୋର ବ୍ୟଥା

ମନ କୁ ସେବେ ଶାନ୍ତି ମିଳେ

ଯେବେ ଉଷା ଆସି ମୋ କାନରେ

ମହାର୍ଘ୍ୟ ବେଦ ମନ୍ତ୍ର ଜପ କରେ। 


ଜୀବନର ସବୁ ଦିଗନ୍ତ ପଥ ଯାତ୍ରାର

ବ୍ୟଥା ଦୂରେଇ ଯାଏ

ଯାତ୍ରା ସମୟରେ ଅନେକଙ୍କ ହୃଦୟକୁ

ମୋ ହୃଦୟ ହୃଦୟ ଦେଇ ବସେ।  


ଯାତ୍ରାର ଆରୋହରେ ତ ଆନନ୍ଦ ଦାୟକ

ହେଲେ ଆବୋରହ ରେ କ୍ରାନ୍ତି ଗାନ କରେ

ବ୍ୟଥାର କ୍ରାନ୍ତିକାରୀ ସଙ୍ଗୀତ

ଆଜି ମୁଁ ଯେଁଉ ଯାତ୍ରା ଆରମ୍ଭ କରିଛି

ଯାହା ଶେଷ ହେବ କି ନାହିଁ ଜାଣେନା

ଜାଣେନା କି ମୁଁ କେବେ ପାଇବି କି ନାହିଁ

ମୋର ସେ ଦିଗନ୍ତ ଯାତ୍ରୀ କୁ

ଖୋଜି ଚାଲିଛି ଖୋଜି ଚାଲି ଥିବି ମୋ ସାଥୀକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics