ଅନ୍ତର ବେଦନା
ଅନ୍ତର ବେଦନା
ଶୁଣ,
ଦେଖି ପାରୁଛ ତ ?
ମୋର ଏଇ ଛୋଟ ହୃଦୟରେ,
ତୁମ ପାଇଁ ଏକ ବିଶାଳ ସ୍ଥାନ।
ତୁମେ ଆନୁଭବ କରିପାର ?
ଏଇ ବିରାଟ ପୃଥିବୀରେ,
ତୁମ ପାଖରେ ମୋର ଅନୁପସ୍ଥିତ କୁ।
କେବେ ଚିନ୍ତା କର ?
ଜୀବନର ଘୋର ଅନ୍ଧକାର ଭିତରେ,
ଉଜ୍ଜଳ ଭବିଷ୍ୟତ କୁ।
କେବେ ବଙ୍ଗରା ହୋଇ ପଡ଼ ନାହିଁ ?
ମୋର ତୁମ ପାଖରେ ଥିବା,
ସବୁ ଅଳୀ ଅଝଟର ଭାରକୁ।
ସାଥୀ,
କେବେ ଶୃଙ୍ଗାର,ମୋହ,ମୟାରୁ ବିରତି ପାଇ,
ଅନ୍ତର ଭିତରେ ଥିବା ସ୍ୱଚ୍ଛ ଚକ୍ଷୁରେ ଦେଖିବ,
ମୋର ଏ ଆହତ ହୃଦୟ କୁ।
ଯେ କି ଆମର ଉଜ୍ଜଳ ଭବିଷ୍ୟତ ପାଇଁ, ତପସ୍ୟା ରତ।