STORYMIRROR

Monalisa Maharana

Classics

4  

Monalisa Maharana

Classics

ତୁ କିଏ ?

ତୁ କିଏ ?

1 min
280

ତୁ ବୋଧେ ସେ,

ଯାହାକୁ ମୁଁ ଖୋଜେ ଅହର୍ଣିଶି। 

ସ୍ଵପ୍ନରେ,ସଂଗ୍ରାମରେ,ବାସ୍ତବରେ,

ହଜିଯାଇଥିବା ସଂସାର ସହରରେ

ଆଉ ପୁଣି ଶୀତଳ ସ୍ନିଧ ସନ୍ଧ୍ୟାରେ।


ତୁ ବୋଧେ ସେ,

ଯାହାକୁ ମୁଁ ଝୁରେ ଅହର୍ଣିଶି 

ସଫଳତାରେ, ଉନ୍ନତିରେ, ବିଫଳତାରେ,

ଭାଙ୍ଗି ଯାଇଥିବା ଜୀବନର ଆରୋହରେ

ଆଉ ପୁଣି ପରାଜୟର ବେଦନାରେ।  


ତୁ ବୋଧେ ସେ, 

ଯାହାକୁ ମୁଁ ଅନୁଭବ କରେ

ପ୍ରସ୍ୱାଶ ନିଃଶ୍ୱାସର ସଞ୍ଚରଣରେ,

ଅନ୍ୟର ପ୍ରତ୍ୟକ ସ୍ପର୍ଶରେ ,

ଆଉ ପୁଣି ହଜିଯାଇଥିବା ସେଦିନର ସେ

ସୁନେଲି ସନ୍ଧ୍ୟାରେ। 


ତୁ ବୋଧେ ସେ,

ଯାହାକୁ ମୁଁ ଖୋଜେ ମୋ ମନ ମନ୍ଦିରରେ।

ହୃଦୟର ପ୍ରତିଟି ସ୍ପନ୍ଦନରେ,

ଆଉ ପୁଣି ଖୋଜି ଚାଲେ ପ୍ରତ୍ୟେକ

ରକ୍ତ କଣିକାରେ। 


ତୁ ବୋଧେ ସେ,

ଯାହାକୁ ମୁଁ ଖୋଜି ପାଏନା

ମୋ ହୃଦୟରେ।  

ପ୍ରତାରଣା ମଧ୍ୟ ପ୍ରତାରିତ କରେ 

ତୋ ଛଳନରେ।  

ମରୀଚିକା ବି ବଙ୍ଗରା ହୁଏ ,

ତୋ ମାୟାରେ। 


ପରିଶେଷେ ଅନୁଭବ କଲି

ତୁ.........

ବେଦନାର ବଦ୍ୟନା

ମୋହର କୋହ

ଆଉ ମୋ ପ୍ରୀତୀର......!!! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics