STORYMIRROR

Henarani Senapati

Classics Inspirational Others

4  

Henarani Senapati

Classics Inspirational Others

ମା ସରସ୍ବତୀ

ମା ସରସ୍ବତୀ

1 min
344

ଦେବୀ ସରସ୍ବତୀ ବିଦ୍ୟା ପ୍ରଦାଇନି 

ଶୁଭ୍ରମୟୀ ବୀଣାପାଣି ।

 ଦୟାମୟୀ ମାଗୋ ଆଜି ତୁମ ପର୍ବ 

କରୁଛନ୍ତି ସର୍ବେ ମାନୀ ।


 ସୂରୁଜ ଉଇଁବା ପୂର୍ବରୁ ସମସ୍ତେ 

ହୋଇ ଛନ୍ତି ତତ୍ତ୍ୱ ପର । 

ମାଆ ଜ୍ଞାନ ଦାତ୍ରୀ ତୁମେ ଦୟାମୟୀ

 ଅଜ୍ଞାନତ୍ବ କର ଦୂର ।


ବରଷକେ ଥରେ ଆସିଛ ସ୍ବରୂପା 

ଆନନ୍ଦ ଅଶ୍ରୁରେ ପୂଜେ । 

ପୁଷ୍ପ ବେଷ୍ଟିତ ମୁଁ କରିଛି ଅଗଣା 

ମନ ଭକ୍ତି ରେ ମୁଁ ମର୍ଜେ ।


ଶ୍ବେତପଦ୍ମ ମଧ୍ୟେ ବିରାଜ ମାନ ମା 

ହସ୍ତରେ ପୋଥି ପୁସ୍ତକ । 

ବୀଣା ଧରି ଥାଅ ଅନ୍ୟ ଦୁଇ ହସ୍ତେ 

ଚତୁର୍ଭୁଜାଂ ଆମେ ଭକ୍ତ ।


ଅଜ୍ଞାନତ୍ବ ଦୂର କରିଦିଅ ମୋର 

ଦୂରେଇ ଦିଅ ଅନ୍ଧାର ।

 ଆଞ୍ଜୁଳାଏ ପୁଷ୍ପ ପୁଷ୍ପାଞ୍ଜଳୀ ଦେଇ

 ମନ୍ତ୍ର ଗାଇଲି ତୁମର ।


କରୁଣା ତୁମର ସ୍ରୋତସ୍ୱିନୀ ପରି

 ଝରୁଥାଏ ଝରଝର । 

କରିଛ ସୁଦୟା ଭରି ଛ ଭକତି

ମନ ମନ୍ଦିରରେ ମୋର ।


ନୈବଦ୍ୟ ତୁମର ପ୍ରିୟ ଫଲ , ମିଠା, 

ଆହୁରି ଯେ ଚୁଡା ଘଷା । 

ବାସ୍ନା ପାଅ ତୁମେ ଭୋଗ ଖାଇ ପିଲେ 

ଅଳ୍ପ ହେଲେ ହୁଏ ରୁଷା ।


ମାଆ ଶାରଳା ଗୋ ଆଶୀର୍ବାଦ ଢାଳି 

ମୁର୍ଖତା ମୋହର ଖଣ୍ଡ । 

କାଳିଦାସ ଥିଲେ ମହା ଗଜ ମୁର୍ଖ 

ତୁମ ଦୟାରେ ପଣ୍ଡିତ ।


ଭାବନା ତୁମର ଭାଷା ବି ତୁମର 

ହୃଦୟରେ ଆବିର୍ଭାବ । 

ମୋ ମନ ତୁମର ଜ୍ଞାନ ବି ତୁମର 

ତୁମଠି ମୋ ଭକ୍ତି ଭାବ । 


ଭକ୍ତି ରେ ଅର୍ପଣ କରୁଛି ପ୍ରଣାମ 

ଦୟା ବହି ମାଆଘେନ । 

କୋଟି କୋଟି ଦୋଷ କ୍ଷମା କର ମାଆ

 ଶ୍ରୀପୟରେ ଦିଅ ସ୍ଥାନ ।



Rate this content
Log in

Similar oriya poem from Classics