STORYMIRROR

Henarani Senapati

Classics Fantasy Inspirational

4  

Henarani Senapati

Classics Fantasy Inspirational

ତୁମ ଫଗୁଣର ଫଗୁ ଧାରେ

ତୁମ ଫଗୁଣର ଫଗୁ ଧାରେ

2 mins
268

ହେ ମୋର ପ୍ରିୟ ତୁମେ 

ବୁଝୁନ କାହିଁକି

ମନ ମୋର ମରିଗଲା 

ଶରୀର କ୍ଷୀଣ ହେଲା 

ସାଥ ଛାଡିଲା ବିବେକ

ମନା କଲି ହଜିବାକୁ ଏବେ

ଭିଜାଅନି ମୋତେ ତୁମେ ତୁମ

ଏଇ ଫଗୁଣର ଫଗୁ ବର୍ଷାରେ 

ଭିଜିବାକୁ ମନ ନାହିଁ ଚାହେଁ ନା ଶରୀର ତୁମ ପ୍ରେମ 

ଜ୍ୟୋତ୍ସ୍ନାର ଶୀତଳ ରାତ୍ରି ରେ ।


ଚାହେଁନା ମୁଁ ଫଗୁଣର ଫଗୁ

ଏବେ ପ୍ରେମ ଲାଗେନା ତ ଭଲ 

ପଉଷର ପାହାନ୍ତି ପହରେ 

ଯେବେ ସ୍ବପ୍ନ ଦେଖିଥିଲି ତୁମ ପାଇଁ 

ସେବେ ଥିଲା ଅନୁରାଗ ତୁମ ସହ 

ଫଗୁଣର ବର୍ଷା ଭିଜାମାଟି

ଆଦୌ ଭଲ ଲାଗୁନାହିଁ ଆଉ

ତୁମକୁ ଚାହିଁ ମନ ମରିଗଲା ,ଆଉ

ମାଖିବାକୁ ଚାହେଁନା ମୁହେଁ

ଫଗୁଣର ଫଗୁରଙ୍ଗ ବାରେ ।


ତୁମେ ଯେବେ ଆସୁଥିଲ 

ପୌରୁଷ ପଣିଆ ଢାଳି 

ଶୀତର ଦେହରେ ମୋର 

ଲାଗୁଥିଲା ନିଆଁ 

ଯେବେ ଆସୁଥିଲ ରଙ୍ଗ ମାରି ମୁହେଁ

ଫଗୁରଙ୍ଗେ ଫଗୁଣରେ 

ସେତେବେଳେ ଇଚ୍ଛା ଥିଲା

ଭାରି ଭଲ ଵି ଲାଗୁଥିଲା

ତୁମ ପ୍ରେମେ ଭିଜି ଭିଜି

ସହିବାକୁ ଯାତନା ସତରେ ।


ମୁଁ ତୁମକୁ ଭାରୀ ଭଲପାଏ 

ଏହା ତୁମେ ବୁଝ କି ନ ବୁଝ

ତୁମ ପ୍ରୀତି ପ୍ରେମ ଅନୁରାଗ 

ପ୍ରେମର ମଧୁର ମିଳନ

ଆକର୍ଷଣ କରେ ଜୋଛନାର 

ନିଳ ଆଲୋକ ରେ 

ଡରି ଡରି ଭଲପାଇ ମଲି

ମୋହମାୟା ସଂସାର ଭିତରେ 

ଲାଜେଇଛେ ଆମେ ଦୁହେଁ 

ସତେ ସେଇ ପ୍ରେମ ମୂର୍ଚ୍ଛନା ରେ ।


ଏବେ ଅଛିଖାଲି ରଙ୍ଗ ବିହୀନ ମନ

ଚାହେଁ ମୁଁ ନିରୋଳା ଜହ୍ନରାତିଟିଏ

ମାଟି କୋଳେ ଶୋଇ ନିଶ୍ଚିନ୍ତରେ

ଦେଖୁଥିବି ସାରା ସଂସାର କୁ

ଅନୁଭୂତି ମେଞ୍ଚା ମେଞ୍ଚା ଧରି

କି ସୁନ୍ଦର ମାଟି ମା ମୋର 

ବାସ୍ନା ତାର ଭାରି ସୁମଧୁର 

ଗୋଟିଏ କ୍ଷଣକେ ସତେ

କି ଆନନ୍ଦ ଅନୁଭବ ହୁଏ 

ଏଇ ନୀଳ ଜ୍ୟୋସ୍ର୍ନା ଆଲୋକରେ ।


ଜ୍ୟୋତ୍ସ୍ନା ମୋର ନିହାତି ଜରୁରୀ

ଆହେ ସତ୍ୟବାଦୀ ପ୍ରିୟ 

ଭିଜିବାକୁ ଚାହେଁ ମୁଁ କେବଳ ଗୋଟିଏ ରଙ୍ଗରେ

ସେ ରଙ୍ଗ ଥିବ ତୁମର 

ସେ ସ୍ମୃତି ହେବ ତୁମେ 

ତୁମେ ମିଶିଯାଅ ପ୍ରିୟ 

ସ୍ମୃତିର ଜୋଛନା ଦିହରେ

ଆନନ୍ଦରେ ଥିବି ଚାହିଁ

ଭୁଲି ଦୁଃଖ ଅବସାଦ

ଆଜି ଏଇ ଫଗୁଣ ବେଳାରେ।


ଅନୁରୋଧ କରୁଛି ମୁଁ ତୁମକୁ 

ମୋତେ ଆଉ ଭିଜାଅନା ଫଗୁଣରେ 

ତୁମ ପ୍ରେମେ ହେବିନି ମୁଁ ରଙ୍ଗିନି 

ପାହାନ୍ତି ପହରେ ଜଳିବନି ବିଜୁଳି 

ମାଘର ବର୍ଷାରେ ହଜିବନି ମନ 

ମୁଁ ଚାହେଁ କେବଳ ନିରୋଳା 

ଜହ୍ନରାତି ଟିଏ ପ୍ରିୟ ତୁମ ସହ

ଭିଜି ମୁହିଁ ରଚିବି ଯେ ସ୍ମୃତି 

ସେଇ ସ୍ମୃତି ରୁ ମୁଠାଏ ଢାଳି ଦିଅ 

ମୋର ଏଇ ହୃଦ କୁଞ୍ଜବନେ

ଦେଖିବାକୁ ଚାହେଁ ମୁଁ ତୁମର ସେଇ

ଅମଳିନ ହସଧାରେ ମୋର କଲମ ମୁନରେ ।


ମନଚାହେଁ ତୁମ ସାଥେ ସମ୍ପୁର୍ଣ୍ଣା ହେବାକୁ 

କାଇଁ ସେଇ ଭାଗ୍ୟ ପ୍ରିୟ 

ଏ ଜନମେ ମୋର 

ଅପେକ୍ଷାର ବାଡ ସବୁ 

ଭାଙ୍ଗି ହେଲା ଚୁରମାର 

ପାଣି ଫୋଟକା ସଦୃଶ୍ୟ 

ରଙ୍ଗ ହୀନ ପ୍ରେମ 

ତୁମର ମୋର ପ୍ରିୟ 

ବାକିରହିଗଲା ସବୁ ତୁମ 

ଅନୁଭୂତିରୁ ମେଞ୍ଚେ ମୋ ହୃଦ କୋଣାର୍କରେ ।


ଆର ଜନ୍ମ ଥିଲେ ପ୍ରିୟ 

ହେବି ତୁମ ପାଇଁ ଗୁଣ୍ଡୁଚି 

ସୁଝିବି ମୁଁ ଫଗୁଣରେ 

ହେବି ତୁମ ଅର୍ଦ୍ଧେକ ସତ କହୁଚି 

ତୁମ ସାଥେ ତୁମ ରଙ୍ଗେ ରଙ୍ଗ ମାଖି 

ଶାରା ଶରୀରେ 

ଗଢିବି ନୂଆ ଏକ ଉପବନ 

ତୁମ ସାଥେ ବିନା ରଙ୍ଗେ ରଙ୍ଗିନି ହେବି

ବିନା ବର୍ଷା ରେ ଭିଜିବି 

ତୁମ ଛାତିରେ ଆଙ୍କିଦେବି ଛବି ଆମ ମଧୁର ସ୍ମୃତିରେ ।


କର୍ତ୍ତବ୍ୟ ହୀନ ମନ ମୋର 

ବାର୍ଦ୍ଧକ୍ୟ ଚିନ୍ତା ମନେ ଘାରି

ବୁଦ୍ଧି ବିକ୍ରୟ କଲା ଯମଦ୍ବାରେ 

ଶରୀର ଶରଣମ୍ ବୈକୁଣ୍ଠ ପ୍ରାପ୍ତି ଅର୍ଥେ 

ବିଷ୍ଣୁ ଦ୍ଵାର ଖୋଜାଖୋଜି ଚାଲେ

ବିବେକ ଆଉ କ୍ଷୀଣ ଶରୀରର 

ଆଖି ଚାହେଁ କ୍ଷୀଣ ପଲକରେ 

ସେଇ ଚକା ନୟନ ପୂରୀତ ଅପୂର୍ବ ଦର୍ଶନ 

ଉଦ୍ଧାର ନିମନ୍ତେ ସ୍ଵୟଂ ଶରଣମ୍ ବୈକୁଣ୍ଠେ 

ହାତ ଯୋଡି ପଡେ ପ୍ରଭୁ ଶ୍ରୀ ବିଷ୍ଣୁ ପୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics