ହୃଦୟ ନିଜର ପିରତୀ ଅନ୍ୟ ର
ହୃଦୟ ନିଜର ପିରତୀ ଅନ୍ୟ ର
ରଙ୍ଗିନି ଫଗୁଣ ଚୁପିଚୁପି ଆସି
ଦେହେ ବୋଳି ଦେଲା ରଙ୍ଗ ।
ଚୋରା ବସନ୍ତର ଅମାନିଆ ବାଆ
ପଲ୍ଲବିତ କଲା ଅଂଗ ।।୧
ମୃଦୁ ମୃଦୁ ବହେ ବସନ୍ତ ମଳୟ
ତନୁ, ମନ ଯାଏ ଛୁଇଁ ।
ଦିବ୍ୟ ଅନୁଭବ ପ୍ରାପ୍ତ କରାଏ ସେ
ପ୍ରିୟ ହେ ତୁମରି ପାଇଁ ।।୨
ଫୁଲେଇ ନଈ ର ଉଛୁଳା ତରଙ୍ଗ
ଶରୀର ଭିଜେଇ ଥାଏ ।
ପହିଲି ଫଗୁଣ ସୁମଧୁର ସ୍ପର୍ଶ
ତୁମ ପ୍ରେମ ଢାଳି ଦିଏ ।।୩
ହୃଦୟରୁ ଝରେ ପ୍ରୀତି ଝରଝର
ଯେହ୍ନେ ପ୍ରୀତି ଝରା ନଈ ।
ନିଆରା ତୁମର ପ୍ରେମ ନିବେଦନ
ପ୍ରିୟ ହେ ମୋରି ପାଇଁ ।।୪
ଆମ୍ବ ବଉଳର ମହମହ ବାସ୍ନା
ସଞ୍ଜୁଆ ସନ୍ଧ୍ୟା ରେ ବାସେ।
ମଧୁ ମଳୟରେ ବୁଡି ଥିଲେ ଦୁହେଁ
ଚାନ୍ଦିନି ରାତି ର ଶେଷେ।।୫
ତୁମ ପ୍ରେମେ ଭିଜି ଲାଜରେ ସଢିଲି
ସରମରେ ଗଲି ମରି ।
କିପରି ବିଧାତା ରଚିଲା ଏ ପ୍ରୀତି
ଅନ୍ୟ କୁ ନିଜର କରି ।।୬
ହୃଦୟ ନିଜର ପିରତୀ ଅନ୍ୟ ର
ଏ କି ବିଡମ୍ବନା ସୃଷ୍ଟି ।
ନିଜ ମନୋ ଭାବ ଅନ୍ୟ କୁ ସମର୍ପି
ପିରତୀର କରେ ବୃଷ୍ଟି ।।୭
କୁହେ ନାହିଁ ନାରୀ ମନ ତଳ କଥା
ପର ପାଖେ ହୁଏ ଶେଷ ।
ଅନ୍ୟ ର ଖୁସିରେ ନିଜକୁ ସାଉଁଟି
ସୃଷ୍ଟି କରେ ନୂଆ ବଂଶ ।।୮