ସ୍ମୃତିରୁ ମୁଠାଏ
ସ୍ମୃତିରୁ ମୁଠାଏ
କୋଟି ଜନମର ତପସ୍ୟାର ଫଳେ
ବାପା ରୂପେ ପାଇଥିଲି
ବିଞ୍ଚି ଦେଇ ଗଲ ପୁଳା ପୁଳା ସ୍ନେହ
ପର ମୁଁ ଭାବି ନଥିଲି ।
ବୋହୂ ର ମର୍ୟାଦା ଦେଇଥିଲ ମତେ
ଦୋଷ ମୋର ଧର ନାହିଁ
ପାଖରେ ବସାଇ ସୁ ଶିକ୍ଷା ଦେଇଛ
ପାତର ଅନ୍ତର ନାହିଁ ।
ବୋହୂ ଝିଅ ମଧ୍ୟେ ଫରକ ଦେଖନା
ସମସ୍ତେ ତ ଆପଣାର
ମନତଳ କଥା ପ୍ରକାଶ କରନି
ବାଣ୍ଟିଛ ଖୁସି ଅପାର ।
ପାଖରେ ବସାଇ ରୋଷେଇ ଶିଖାଇ
ଜିତା ପଟକ କରିଲ
ରୋଷେଇ କରିକି ଖୁଆଇବା ବେଳେ
ସବୁ ପରିତ୍ୟାଗ କଲ ।
ଚାହୁଁ ଚାହୁଁ ଆସି ଛଅ ବର୍ଷ ହେଲା
ଛାଡି କି ଚାଲି ଯିବାର
ଆସି ଥରେ ଦେଖି ଯାଅ ଆମ୍ଭଙ୍କୁ ଯେ
କଷ୍ଟ ବିରହ ଜ୍ବାଳାର ।
ମାଆ ଜିଉଁଛନ୍ତି ନିସଃଙ୍ଗ ଜୀବନ
ଆପଣଙ୍କ ଜିବା ପରେ
ବହେ ଅଶ୍ରୁ ଧାରା ଆଷାଢ ଶ୍ରାବଣ
କେବା ତାଙ୍କୁ ବୁଝି ପାରେ ।
ଚାଲି ଗଲ ବାପା ଅଫେରା ରାଇଜେ
ସତେ କି ଫେରିବ ନାହିଁ
ଆପଣଙ୍କ ଶିକ୍ଷା ସ୍ମୃତି ହେଇ ଆଜି
ମନରୁ ତ ଭୁଲି ନାହିଁ ।
ଯେଉଁଠାରେ ଇଛା ରୁହନ୍ତୁ ଆପଣ
ଚିର ଅମଳିନ ହେଇ
ବୈକୁଣ୍ଠ ପ୍ରାପ୍ତିର ରାସ୍ତା ମିଳିଯାଉ
ଶ୍ରୀ ବିଷ୍ଣୁ ଶରଣ ନେଇ ।
