ଅପମାନ
ଅପମାନ
ବ୍ୟକ୍ତିତ୍ବ ରେ ଦାଗ ଲାଗିଲେ
ହୃଦୟକୁ ଯନ୍ତ୍ରଣା ଦିଏ
ଆହତ ହୁଏ ମନ
ଯଦି କିଏ ଅପମାନ ଦିଏ ।
ସମ୍ମୁଖରେ ଆଞ୍ଚ ଆସେ
ବିଷାକ୍ତ ରେ ଭରି ଯାଏ
ପ୍ରତିଶୋଧ ର ବହ୍ନି ଜଳେ
ଅପମାନ ଦେଲେ ।
ମାନ ଅପମାନ ବିପରିତ
ମୁଖି ବେନି ଧାରା
ସମ୍ମାନରେ ହୃଦୟ ପୁରି ଉଠେ
ଆହ୍ଳାଦରେ ଭରିଯାଏ ମନ
ଖୁସିର ଜୁଆର ଛୁଟେ ।
ସମଦର୍ଶୀ ସମଭାବାପନ୍ନ
ନିନ୍ଦା ପ୍ରଶଂସା ମାନ ଅପମାନ
ସମାନ ତା' ପାଇଁ
ସେଥିପାଇଁ ସେ ବ୍ରହ୍ମର୍ଷି
ବୋଲାଏ ।
ଶତ ପୁତ୍ର ହତ୍ୟା କରି
ପ୍ରତିଶୋଧ ଅଗ୍ନିରେ
ଜଳି ଉଠନ୍ତି ବିଶ୍ୱାମିତ୍ର
କିନ୍ତୁ ବ୍ରହ୍ମ ରେ ବିଲିନ ବଶିଷ୍ଠ
ପୁତ୍ର କଷ୍ଟେ ନିର୍ବାକ୍
ପ୍ରତିକ୍ରିୟା ବିହିନ ।
ଅରୁନ୍ଧତୀ ଙ୍କୁ କହନ୍ତି
ମାଗି ଆଣ ଲବଣ
ବିଶ୍ଵାମିତ୍ର ମୋର ପ୍ରିୟତମ
ଚମକି ଉଠନ୍ତି ଅରୁନ୍ଧତୀ
ଏ କିବା ବଚନ ।
ବାହୁନି କାନ୍ଦନ୍ତି ମମତାମୟୀ
ଶତ ପୁତ୍ର ନିଧନ ବିଶ୍ବାମିତ୍ରେ
ବ୍ରହ୍ମର୍ଷି ନ ବୋଲନ୍ତି ଆପଣ
ହସି କହନ୍ତି ବଶିଷ୍ଠ
ସେ ମୋ ପୁତ୍ର ସମାନ ।
ଅପମାନ ର ବନ୍ଧ ଭାଙ୍ଗେ
ହସ୍ତରୁ ତରବାରୀ ଖସେ
ଲୋଟି ଯାଏ ବଶିଷ୍ଠଙ୍କ ପାଦେ
କଇଁ କଇଁ କାନ୍ଦେ ବିଶ୍ଵାମିତ୍ର ।
ଆଦରେ କହନ୍ତି ବଶିଷ୍ଠ
ଉଠ ବ୍ରହ୍ମର୍ଷି
ଅପମାନ ଯାଇଛି ତୁଟି
ତୁମେ ଯେ ଦେବ ପ୍ରତିମ
କଳୁଷିତ ନାହିଁ ହୃଦେ ତୁମ ।
ବଢାଏ ଆଦର୍ଶ ଭାରତ ଭୂଖଣ୍ଡ
ଦୟା କ୍ଷମା ଆଦର ପାଖେ
ହାରିଥାଏ ଅପମାନ
କ୍ରୋଧର ଅଗ୍ନି ନିର୍ବାପିତ
ହୁଏ ମାଟି ବି କଥା କୁହା ।
ସେଇଥିପାଇଁ ତ ଜନ୍ମ ନିଅନ୍ତି
ଭଗବାନ ଭାରତ ଭୂଇଁରେ
ଶ୍ରୀ ରାମଚନ୍ଦ୍ର ରୂପେ
କୂଳ ଗୁରୁ ରୂପେ ପୂଜା ପାଆନ୍ତି
ବ୍ରହ୍ମର୍ଷି ବଶିଷ୍ଠ ତ୍ରେତୟା ଯୁଗରେ ।।
