ଶ୍ରୀ ଗଣେଶାୟ ନମଃ
ଶ୍ରୀ ଗଣେଶାୟ ନମଃ
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ
ହୁଅଇ ତୁମ୍ଭ ପୂଜନ।
ପିତା ମହାଦେବ ମାତା ଶୈଳସୂତା
ଆହେ ପାର୍ବତୀ ନନ୍ଦନ ।
ଅଗ୍ରଜ ତୁମ୍ଭର ମୟୂର ବାହନ
କାର୍ତ୍ତିକେୟ ଷଡାନନ।
ମୂଷିକ ବାହନ ଆହୋ ଲମ୍ବୋଦର
ବିଦ୍ୟା ବୁଦ୍ଧି ବଳିୟାନ।
ମାତା ଆଜ୍ଞା ଘେନି ଦ୍ୱାରେ ଦ୍ଵାରପାଳ
ମହାଦେବ କମ୍ପମାନ ।
ପଥରୋଧ ହେତୁ ଦଣ୍ଡ ଦେଲେ ଶିବ
ହୋଇଲ ଗଜବଦନ।
ସର୍ବ ଦେବଙ୍କର ଆଶୀର୍ବାଦ ଘେନି
ବିଦ୍ୟା ଜ୍ଞାନ ରେ ନିପୁଣ ।
ଅଗ୍ର ପୂଜ୍ୟ ହେଲା ସିଦ୍ଧି ବିନାୟକ
ଆହେ ପ୍ରଭୁ ଗଜାନନ।
ସିଦ୍ଧି ବୁଦ୍ଧି ଭର୍ତ୍ତା ମଙ୍ଗଳ କରତା
ପାଇଲ ଶ୍ରେଷ୍ଠ ଆସନ।
ଦେଖ ନେତ୍ର ଫେଡି ଅଜ୍ଞାନ ରେ ଥାଇ
ମଣିଷ ଭୋଗେ କଷଣ ।
ଦିଅ ସତ୍ ବୁଦ୍ଧି ଫେଡ ହେ ଦୁର୍ଗତି
କରୁ ଅଛୁ ନିବେଦନ।
କରୁଛୁ ଜଣାଣ ଆହେ ଗଣେଶ୍ୱର
ପାଦରେ ପଶେ ଶରଣ।
ପିତା ମାତା ଠାରୁ ନାହିଁ ବଡ଼ କେହି
ଜଗତେ ଦେଇଛ ଜ୍ଞାନ।
ସକଳ ଶକ୍ତି ର ଆଧାର ଶିବେଶ
ଚତୁଃପାର୍ଶ୍ଵରେ ଭ୍ରମଣ।
ବିଦ୍ୟା ବୁଦ୍ଧି ରେ ବଳିୟାନ ତୁମ୍ଭେ
ଛାତ୍ର କରଇ ପୂଜନ।
ମାଙ୍ଗଳିକ କର୍ମ ହୋମ ଯଜ୍ଞାଦିରେ
ଅଗ୍ରେ କରନ୍ତି ପୂଜନ।
