STORYMIRROR

Nirupama Dehuri

Abstract Classics Inspirational

3  

Nirupama Dehuri

Abstract Classics Inspirational

ଶ୍ରୀ ଗଣେଶାୟ ନମଃ

ଶ୍ରୀ ଗଣେଶାୟ ନମଃ

1 min
180

ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ

ହୁଅଇ ତୁମ୍ଭ ପୂଜନ।

ପିତା ମହାଦେବ ମାତା ଶୈଳସୂତା

ଆହେ ପାର୍ବତୀ ନନ୍ଦନ ।

ଅଗ୍ରଜ ତୁମ୍ଭର ମୟୂର ବାହନ

କାର୍ତ୍ତିକେୟ ଷଡାନନ।

ମୂଷିକ ବାହନ ଆହୋ ଲମ୍ବୋଦର

ବିଦ୍ୟା ବୁଦ୍ଧି ବଳିୟାନ।

ମାତା ଆଜ୍ଞା ଘେନି ଦ୍ୱାରେ ଦ୍ଵାରପାଳ

ମହାଦେବ କମ୍ପମାନ ।

ପଥରୋଧ ହେତୁ ଦଣ୍ଡ ଦେଲେ ଶିବ

ହୋଇଲ ଗଜବଦନ।

ସର୍ବ ଦେବଙ୍କର ଆଶୀର୍ବାଦ ଘେନି

ବିଦ୍ୟା ଜ୍ଞାନ ରେ ନିପୁଣ ।

ଅଗ୍ର ପୂଜ୍ୟ ହେଲା ସିଦ୍ଧି ବିନାୟକ

ଆହେ ପ୍ରଭୁ ଗଜାନନ।

ସିଦ୍ଧି ବୁଦ୍ଧି ଭର୍ତ୍ତା ମଙ୍ଗଳ କରତା

ପାଇଲ ଶ୍ରେଷ୍ଠ ଆସନ।

ଦେଖ ନେତ୍ର ଫେଡି ଅଜ୍ଞାନ ରେ ଥାଇ

ମଣିଷ ଭୋଗେ କଷଣ ‌।

ଦିଅ ସତ୍ ବୁଦ୍ଧି ଫେଡ ହେ ଦୁର୍ଗତି

କରୁ ଅଛୁ ନିବେଦନ।

କରୁଛୁ ଜଣାଣ ଆହେ ଗଣେଶ୍ୱର

ପାଦରେ ପଶେ ଶରଣ।

ପିତା ମାତା ଠାରୁ ନାହିଁ ବଡ଼ କେହି

ଜଗତେ ଦେଇଛ ଜ୍ଞାନ।

ସକଳ ଶକ୍ତି ର ଆଧାର ଶିବେଶ

ଚତୁଃପାର୍ଶ୍ଵରେ ଭ୍ରମଣ।

ବିଦ୍ୟା ବୁଦ୍ଧି ରେ ବଳିୟାନ ତୁମ୍ଭେ

ଛାତ୍ର କରଇ ପୂଜନ।

ମାଙ୍ଗଳିକ କର୍ମ ହୋମ ଯଜ୍ଞାଦିରେ

ଅଗ୍ରେ କରନ୍ତି ପୂଜନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract